ସମ୍ବାଦ ଓ କନକ ନ୍ୟୁଜ ପ୍ରତିନିଧି ପୁଷ୍ପକେତୁ ବେହେରାଙ୍କ ମାତୃ ବିୟୋଗ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) :- କମଲା ବତୀ ବେହେରା (୫୪ ) ଦୀର୍ଘ ୪ ବର୍ଷ ହେଲା ପକ୍ଷପାତ ରୋଗ ରେ ଆକ୍ରାନ୍ତ ଥିଲେ । ଆଜି ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର କଣ୍ଟାବାଞ୍ଜି ମେଡ଼ିକାଲ ରେ ମୃତ୍ୟୁ ହୋଇଛି । ତାଙ୍କର ବିୟୋଗରେ ବେହେରା ପରିବାର ଶୋକର ଛାୟା ରେ ଭାସି ଯାଇଛନ୍ତି । ପୁଅ ପୁଷ୍ପକେତୁ ବେହେରା ମୁଖାଗ୍ନି ଦେଇଥିଲେ ।

ସ୍ବର୍ଗତ କମଳା ବତୀ ବେହେରା ଜଣେ ମିଷ୍ଟ ଭାସି ଥିଲେ । ତାଙ୍କର ବିୟୋଗ ପରେ କୁକୁଡ଼ାହାଡ଼ ଗାଁରେ ମଧ୍ୟ ଶୋକ ର ବାତାବରଣ ରହିଛି । ତିନି ଝିଅ ଆରତୀ ବେହେରା, ପିଙ୍କି ବେହେରା, ରିଙ୍କି ବେହେରା, ଜ୍ବଇଁ ସଂଜୀବ ବେହେରା, ଦେବନନ୍ଦ ବେହେରା, ଶଶାଙ୍କ ବେହେରା ସମେତ ପରିବାରର ସମସ୍ତ ସଦସ୍ୟ ଆଜି ଶେଷ ଯାତ୍ରା ଏ ସାମିଲ ହୋଇଥିଲେ ।

Exit mobile version