Home ଓଡ଼ିଶା ମାଧବ ନନ୍ଦ ଇଂରାଜୀ ମାଧ୍ୟମ ଵିଦ୍ୟାଳୟ ର ବାର୍ଷିକ ଉତ୍ସବ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ନାଚୁଣୀ ସ୍ଥିତ ମାଧଵନନ୍ଦ ଇଂରାଜୀ ମାଧ୍ୟମ ଵିଦ୍ୟାଳୟ ର ୧୦ମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କାଳିଜାଈ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ର ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ-ମୁଖ୍ୟଵକ୍ତା, ପ୍ରାକ୍ତନ ବାଣପୁର ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ,ବଡପୋଖରିଆ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ସରସ୍ଵତୀ ଶିଶୁମନ୍ଦିର, ବାଣପୁର ର ଅଧ୍ୟକ୍ଷ ଶ୍ରୀ ବତ୍ସ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ର ମହତ୍ତ୍ୱ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସତ୍ ଚରିତ୍ର ର ଅଧିକାରୀ ହେବା ହିଁ ଶିକ୍ଷା ର ଆଭିମୁଖ୍ୟ ବୋଲି ଅଭିଭାଷଣ ଛଳରେ ଉଦ୍ ଵୋଧନ ଦେଇଥିଲେ। ବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ସୁକାନ୍ତ କୁମାର ନନ୍ଦ ସାମଗ୍ରିକ ଭାବେ କାର୍ଯ୍ୟ କ୍ରମର ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷା ରଞ୍ଜିତାଞ୍ଜଳି ମହାପାତ୍ର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କ୍ରୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନ୍ରୃତ୍ୟ ଗୁରୁ ପ୍ରଶାନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ନ୍ରୃତ୍ୟ ପରିବେଷଣ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଦେଶର ଭବିଷ୍ୟତ ଏଆଇ ଶ୍ରମଶକ୍ତି ଗଠନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସହ ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ପ୍ରୋଟିଭିଟି ମେମ୍ବର ଫାର୍ମ ଫର୍ ଇଣ୍ଡିଆ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ପ୍ରେସ୍ କ୍ଲବର ଷଷ୍ଠ ବାର୍ଷିକୀ ଧୂମଧାମରେ ପାଳିତ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ମହିଳା କଲେଜରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ଶିବିର ଉଦ୍ଘାଟିତ by Proprietor Abhimanyu Maharana August 21, 2026 SDI Bhubaneswar @5 – Celebrating Five Years of the Permanent Campus by Proprietor Abhimanyu Maharana August 21, 2026 ପୁରୀ ବିଚ୍ ଫଟୋଗ୍ରାଫର ମହସଂଘ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ by Proprietor Abhimanyu Maharana August 21, 2026 କାଳିଆ ଦର୍ଶନ ପାଇଁ ଧାରଣାରେ ବସିଲେ ପୁରୀବାସୀ by Proprietor Abhimanyu Maharana August 21, 2026