ଦାଦନ ଶ୍ରମିକଙ୍କ ରେଲ ଧାରଣାରୁ ମୃତ ଦେହ ଉଦ୍ଧାର ହତ୍ୟା ଘଟଣା ; ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ଜିଆରପିର ତଦନ୍ତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମହୁଲବାହାଲି ଗ୍ରାମ ନିକଟ ରେଳ ଧାରଣାରୁ ଜଣେ ଶ୍ରମିକଙ୍କ ଶବଉଦ୍ଧାର ଘଟଣାରେ ପୁଲିସର ତତ୍ପରତା ପ୍ରକାଶ ପାଇଛି। ସମ୍ପୃକ୍ତ ଦାଦନ ଶ୍ରମିକଙ୍କୁ ଜଣେ ସଦ୍ଦାର ହତ୍ୟା କରି ଫିଙ୍ଗି ଦେଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।ଏବେ ଏହି ଘଟଣାର ଛାନଭିନ ଆରମ୍ଭ ହୋଇଛି । ପୁଲିସ ଏହାକୁ ଗୁରୁତର ସହ ଗ୍ରହଣ କରିଛି ।

ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଞ୍ଚଳର ବାଞ୍ଛାନିଧି କୈବର୍ତ୍ତ ଓରଫ ମାଖନୁ (୪୩)ଙ୍କୁ ତୁରେକେଲା ଥାନା ତେତେଲଖୁଣ୍ଟି ଗାଁର ଜଣେ ଦାଦନ ସର୍ଦ୍ଦାର ହତ୍ୟା କରି ପିଙ୍ଗି ଦେଇଥିବା ତାଙ୍କ ସ୍ତ୍ରୀ ଲଖନା ଥାନାରେ ଅଭିଯୋଗ କରିଥିଲେ । ଶନିବାର ମୃତଦେହ ପଡିଥିବା ରେଳଧାରଣା ସ୍ଥଳରେ ରେଳବାଇ ପୁଲିସ (ଜିଆରପି) ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନକାରୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ରିପୋର୍ଟ ଓ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର। ତେବେ କାଗଜପତ୍ର ରେ ସବୁ ଘଟଣା ର ଛାନବିନ ସରିଯାଉଛି ନା ମୃତକ ପରିବାର କୁ ନ୍ୟାୟ ମିଳୁଛି ଦେଖୁବା କୁ ରହିଲା ।

Exit mobile version