ଗଜପତି ଜିଲ୍ଲାରର ବିଦ୍ୟାର୍ଥୀଙ୍କ ସଫଳତା : ଇସ୍ରୋ ଭ୍ରମଣରେ ଯିବା ପାଇଁ ମନୋନୀତ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ରୀ ସାଇଶ୍ରୀ ପଣ୍ଡିତ ଓ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ର ଏନ.କୁମାର ଭରଦ୍ୱାଜ ଗତ ୧୩ ଡିସେମ୍ବର ଦିନ ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିଅମ୍‌ରେ ଟାଟା ଷ୍ଟିଲ ଦ୍ବାରା ଅନୁଷ୍ଠିତ ୟଙ୍ଗ ଆଷ୍ଟ୍ରୋନୋମର୍ ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶାର ୬୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଚୟନ ହୋଇ ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଗଜପତି ଜିଲ୍ଲାକୁ ସମ୍ମାନ ଆଣିପାରିଛନ୍ତି l

ଏହି ସମାବେଶରେ ଏହି ୨ ଜଣଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁରସ୍କୃତ କରିଛନ୍ତି। ଏଥିସହ ଏହି ୨ ଜଣ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମହାକାଶ ବିଜ୍ଞାନ କେନ୍ଦ୍ର ଭ୍ରମଣ କରିବାକୁ ଯୋଗ୍ୟତା ହାସଲ କରିବା ପାଇଁ ଯୋଗ୍ୟତା ହାସଲ କରିପାରିଛନ୍ତି. ଏମାନଙ୍କ ଏହି ଯୋଗ୍ୟତା ହାସଲ ସମ୍ପୃକ୍ତ ୨ ଗୋଟି ବିଦ୍ୟାଳୟ ସହ ଗଜପତି ଜିଲ୍ଲା ପାଇଁ ଗୌରବର କାରଣ ସାଜିଛନ୍ତି. ତେଣୁ ଉଭୟଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି l

Exit mobile version