ଅସହାୟ ବୃଦ୍ଧା ମହିଳାଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଲେ ସମାଜସେବୀ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ତୁରିନ୍ତିରା ଗ୍ରାମ ପଞ୍ଚୟତର ଆଇତଳଙ୍ଗ ଗ୍ରାମର ସୁଶୀଳା ଭୋଇ ଜଣେ ନିରାଶ୍ରୟ, ଅସହାୟ, ବୃଦ୍ଧା ମହିଳା, ଖାଇବାକୁ ନ ପାଇ ସେ ଭୋକ ଉପାସରେ ଦିନ କାଟୁଥିବାବେଳେ ପ୍ରଶାସନଙ୍କ ସାହାର୍ଯ୍ୟ ତାଙ୍କ ପାଇଁ ସାତସପନ ପାଲଟିଛି ।

ସେ ସାହାର୍ଯ୍ୟ ଲାଗି ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ଠାରେ ନେହୁରା ହୋଇ ଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣୁ ନାହାନ୍ତି ଏପରି ଦୁଃଖଦ ଘଟଣାକୁ ନେଇ ଜୟଦେବ ନ୍ୟୁଜ୍ ରେ ଖବର ପ୍ରସାରିତ ହେବା ପରେ ସୁଶୀଳା ଭୋଇଙ୍କ ପରିବାରକୁ ନୂତନ ଆଲୋକ ଦେଖାଇବାର ସହାୟତା ପ୍ରଦାନ କରିବା ପାଇଁ ଗଗନ ଭୋଇଙ୍କ ସାହାଯ୍ୟରେ ଏକ ମାସର ରାସନ୍ , ନୂତନ ବସ୍ତ୍ର ,

କମ୍ବଳ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ଏହି “ନୂତନ ପ୍ରୟାସ” ଅନୁଷ୍ଠାନ ପରିବାରର ମୁଖ୍ୟ ଗୌରୀ ସାମଲ , ଗୀତାଞ୍ଜଳି ଭୋଇ , ଝୁନା ସାମଲ , ସୁଲୋଚନା ବେହେରା , ପୂର୍ଣ୍ଣନନ୍ଦ ବେହେରା , ରାଜେଶ ନାୟକ,ସମାଜସେବୀ ବାସୁଦେବ ଭୋଇ , ଶୁଭକାନ୍ତ ବେହେରା ଏବଂ ଜୟଦେବ ନ୍ୟୁଜ ଆଣ୍ଡ ମିଡିଆ ଫାଉଣ୍ଡେସନର ଚେୟାରମ୍ୟାନ ଗଗନ ଭୋଇ ଅସହାୟ ସୁଶୀଳା ଭୋଇଙ୍କ ନିକଟରେ ପହଞ୍ଚି ସହାୟତା ଯୋଗାଇଦେବା ସହ ଦାତବ୍ୟ ଅନୁଷ୍ଠାନମାନେ ଏହି ଅସହାୟ ଗରିବ ସୁଶୀଳା ଭୋଇଙ୍କୁ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।

Exit mobile version