ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନରିଶୋରେ ଶୀତବସ୍ତ୍ର ବଣ୍ଟନ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ ଗ୍ରାମ ପଞ୍ଚାୟତର ବାଡ଼ୁଆସାହି ଠାରେ ଗରୀବ ବୃଦ୍ଧ, ବୃଦ୍ଧାମାନଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ ପକ୍ଷରୁ ୩ ଶହରୁ ଉର୍ଦ୍ଧ୍ବ ବୃଦ୍ଧ ,ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି ।

ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରାଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ଆୟୋଜିତ ଜନହିତକର କାର୍ଯ୍ୟକ୍ରମରେ ନରିଶୋ ପଞ୍ଚାୟତର ଯୁବ ସମାଜସେବୀ ମୋହନ ଦାସ କରମ ଚାନ୍ଦ ସାହୁ ଓରଫ ବାବୁଲି ଏବଂ ଅକ୍ଷୟ ସାହୁ, ବିଜୟ ପ୍ରଧାନ, ରାଜ କିଶୋର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ଯୁବଗୋଷ୍ଠୀଙ୍କ ସହଯୋଗରେ ବାଡ଼ୁଆସାହି,

ନିଧିସାହି ଆଦି ଗ୍ରାମର ଗରୀବ ଅସହାୟ ବୃଦ୍ଧ,ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ ହୋଇଥଲା । ବିନାୟକ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ସମାଜସେବୀ ସତ୍ୟ ପ୍ରିୟ ବେହେରାଙ୍କର ଶୀତ ସମୟରେ ଗରୀବ ଲୋକଙ୍କୁ ଏପରି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ମହତ୍ ଉଦ୍ଦେଶ୍ୟକୁ ନରିଶୋ ପଞ୍ଚାୟତବାସୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି ।

Exit mobile version