ଆସନ୍ତା ନୂତନ ବର୍ଷ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆସନ୍ତା ତା ୧୪/୧୫/୧୬ – ୨୦୨୬ ରିଖ ରେ ମାରଦା ମହୋତ୍ସବ ପାଳନ ଲାଗି
ମଥୁରା (ଓଡ଼ିଶା ତାଜା ନ୍ୟୁଜ୍) :- ଗଂଜାମ ଜିଲ୍ଲା ଅନ୍ତର୍ଗତ ପୋଲିସରା ବ୍ଲକ୍ ର ମଥୁରା ଗ୍ରାମପଞ୍ଚାୟତ ସ୍ଥିତ “ମାରଦା” ରେ ଆସନ୍ତା ନୂତନ ବର୍ଷ ୨୦୨୬ ସ୍ବାଗତ ସମାରୋହ ରେ ପବିତ୍ର ଶରଣ ଶ୍ରୀକ୍ଷେତ୍ର ପୀଠ ମାରଦା ଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାର, ପ୍ରସାର ନିମନ୍ତେ ପ୍ରତିବର୍ଷ ଏହି ମହୋତ୍ସବ ପାଳନ କରାଯିବା ସହିତ କୌଳିକ ବୃତ୍ତି କୁ ଜୀବିତ କରାଇବା ପାଇଁ ମଥୁରା ଗ୍ରାମ ର କୁଶଳୀ କାରିଗରୀ ଙ୍କ ସୂକ୍ଷ୍ମ ହାତତିଆରି ଲଳିତ କଳା ପଟ୍ଟଚିତ୍ର,
ଗୋବର କଣ୍ଢେଇ, ପଥର ଖୋଦେଇ, କଂସା,ପିତଳ ମୂର୍ତ୍ତି ବାସନ,ଲୁଗାବୁଣା ତନ୍ତୀ, କୁମ୍ଭଜାର ର ମାଟିପାତ୍ର,ହରିଜନ ବସ୍ତିର ବାଉଁଶପାତି,କାଠ ଖୋଦେଇ ଇତ୍ୟାଦି କାମ୍ ଗୁଡ଼ିକର ବିକ୍ରିବଟା ସହିତ ଦାଦନ ଶ୍ରମିକ ର ଥଇଥାନ ଏହି ମହୋତ୍ସବ ପାଳନ ର ମୁଖ୍ୟ ଆଭିମୁଖ୍ୟ ଅଟେ । ଏଥିଲାଗି ମାନ୍ୟବର ପୋଲସରା ବିଧାୟକ ତଥା ଶ୍ରୀ ମାରଦା ମହୋତ୍ସବ ସଭାପତି ଓ
