ଧାନ ମନ୍ଥା ମେସିନରେ ହାତ ଫସି ଯୁବକ ଗୁରୁତର

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପିଣ୍ଡିକି ପଞ୍ଚାୟତ ନିଜମା ଗାଁରେ l ପୂର୍ବାହ୍ନ ସମୟରେ ଏହି ଗାଁର ଅଭିମନ୍ୟୁ ମଲ୍ଲିକ ନାମକ ଜଣେ ଯୁବକ ନିଜ ଜମିରେ ମେସିନରେ ଧାନ ମନ୍ଥା ହେଉଥିବା ବେଳେ ଯୁବକର ହାତ ମେସିନରେ ଫସିଯାଇଥିଲା,

ଫଳରେ ଯୁବକଙ୍କ ଡାହାଣ ହାତରେ ପ୍ରବଳ ଆଘାତ ହୋଇଛି l ଗୁରୁତର ଅବସ୍ଥାରେ ପରିବାର ଲୋକେ ଯୁବକଙ୍କୁ ଆମ୍ବୁଲାନ୍ସରେ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି l

Exit mobile version