ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନବାନ ହୁଅନ୍ତୁ 

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :-  ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବି ମାନେ ଶବ୍ଦପ୍ରତି ଯତ୍ନବାନ ହୁଅନ୍ତୁ l ଓଡ଼ିଆ ସାହିତ୍ୟ ଭଣ୍ଡାରରେ ଅନେକ ଶବ୍ଦ ସାଇତା ହୋଇ ରହିଛି l ବିଦେଶୀ ଭାଷା ପ୍ରତି ଆକୃଷ୍ଟ ନହୋଇ ଓଡ଼ିଆ ଶବ୍ଦ ପ୍ରୟୋଗ କରି ସାହିତ୍ୟକୁ ସମୃଦ୍ଧ କରନ୍ତୁ ବୋଲି ରବିବାର ଧ୍ୟାନକୁଦ ପୀଠରେ ଆୟୋଜିତ ଆଷାଢ଼ ସାହିତ୍ୟ ସଂସଦ ର 34 ତମ ସାରସ୍ୱତ ସମାରୋହରେ ବରେଣ୍ୟ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି l

ଏହି ଉଚ୍ଛଵକୁ ଧ୍ୟାନକୁଦ ପୀଠର ପିଠାଧୀସ ପ୍ରେମସାଗର ବାବା ଅରକ୍ଷିତ ଦାସ ମହାରାଜ ଉଦ୍ଘାଟନ କରିଥିଲେ l ଆଇନଜୀବୀ ଗୁରୁପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବରେଣ୍ୟ ଅତିଥିତି ଭାବେ ଝଙ୍କାର ର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି, ସାହିତ୍ୟିକ ଡ଼ଃ ଶ୍ରୀଚରଣ ଦାସ, କବି ସଚ୍ଚିଦାନନ୍ଦ ମିଶ୍ର ଯୋଗଦେଇ ଉପରୋକ୍ତ ମତ୍ତବ୍ୟକ୍ତ କରିଥିଲେ l

ପଣ୍ଡିତ ଗୁରୁପ୍ରସାଦ ରଥ ବେଦପାଠ, ଅତିଥିତି ପରିଚୟ ପ୍ରଦାନ କରିଥିଲେ କବି ପିତାମ୍ବର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଅନୁଷ୍ଠାନର ଉପସଭାପତି କବୟିତ୍ରୀ କାଦମ୍ବିନୀ ପରିଜା, ସମ୍ପାଦିକା କୁନ୍ତଳା ମହାପାତ୍ର ବିବରଣୀ ପାଠ କରିଥିଲେ l ଏହି ଅବସରରେ ଆଷାଢ଼ ସାହିତ୍ୟ ପତ୍ରିକାକୁ ଅତିଥିତି ମାନେ ଉନ୍ମୋଚନ କରିଥିଲେ l କବିତା ପାଠୋଛବ କୁ ଛବିରାଣୀ ପତି ଓ ଶର୍ମିଷ୍ଠା ସାହୁ ସଂଯୋଜନା କରିଥିଲେ l

ଉଚ୍ଛବକୁ ସଂଯୋଜନା କରିଥିଲେ ଯୁବ କବି ଅଭିଷେକ ସନ୍ଦେଶ ମହାପାତ୍ର l ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସରୋଜ ରଞ୍ଜନ ମହାନ୍ତି ଙ୍କୁ ସାରସ୍ୱତ ସମ୍ମାନ, ସଂଜିତ କୁମାର ବଳଙ୍କୁ ଆଷାଢ଼ ସମ୍ମାନ, ଡ଼ଃ ଦୀନବନ୍ଧୁ ଦାଶ ଙ୍କୁ ଆଷାଢ଼ ସମାଲୋଚନା ସମ୍ମାନ, ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଙ୍କୁ ଆଷାଢ଼ ପ୍ରବନ୍ଧ ସମ୍ମାନ, କରୁଣାକର ପ୍ରଧାନ ଙ୍କୁ ଆଷାଢ଼ ସଂଗଠକ ସମ୍ମାନ,

ପିୟୁଷ ରଞ୍ଜନ ପରିଡା ଙ୍କୁ ଆଷାଢ଼ ନାଟକ ସମ୍ମାନ, ବନ୍ଦନା ନନ୍ଦ ଙ୍କୁ ବର୍ଷା ସମ୍ମାନ, ବିଜୟ କୁମାର ନାଥ ଙ୍କୁ ନିରଞ୍ଜନ ଖଟୁଆ ଶିଶୁ ସାହିତ୍ୟ ସମ୍ମାନ, ପରେଶ ନାଥ ସାହୁଙ୍କୁ ସୁଦର୍ଶନ ଶତପଥୀ ଯୁବ ସମ୍ମାନ, ସଂଜୀବ କୁମାର ବୈଶାଖ ଙ୍କୁ ପରମା ନନ୍ଦ ସାହୁ ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା ଶେଷରେ ମନୋରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ l

Exit mobile version