ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ ଓ ମାରିଦେବାକୁ ଧମକ କଲେଜ ୱାଚ ମ୍ୟାନ ଗିରଫ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- କଣାସ କଲେଜରେ ଯୁକ୍ତ ୨ କଳା ଶ୍ରେଣୀରେ ପଢ଼ୁଥିବା ନେଇ ଜନୈକ ନାବାଳିକା ଛାତ୍ରୀଙ୍କୁ (୧୬ବର୍ଷ) ସେଇ କଲେଜରେ ରାତ୍ର ଜଗୁଆଳି କଣାସ ଥାନା ଅନ୍ତର୍ଗତ କଣାସ ଗ୍ରାମର ବିଜୁ ଓରଫ ଧ୍ରୁବ ଚରଣ ମହାପାତ୍ର ନାମକ ଜଣେ ଯୁବକ ରାସ୍ତାରେ ଅଟକାଇ ଅସଦାଆଚରଣ କରିବାକୁ ଚେଷ୍ଟା କରିଥିଲେ। ଏମିତିକି ପାଟି କଲେ ମାରିଦେବି ବୋଲି ଧମକ ଦେଇ ତା ସହିତ ବାହାରକୁ ବୁଲିଯିବାକୁ ଧମକ ବି ଦେଇଥିଲେ।

ନାବାଳିକା ର ସାର୍ଟ କୁ ଟାଣି ଦେଇ ତାଙ୍କୁ ଟଣା ଓଟରା କରିବା ବେଳେ ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ ଏକଥା ଜଣାଇବାରେ ପୀଡିତାର ମାଆ ଏକଥା କଣାସ ଥାନାରେ ଜଣାଇବା ପରେ କଣାସ ଥାନା ଆଇଆଇସି କେଶ ର ତଦନ୍ତ ଦାୟିତ୍ୱ SI ଦେବୀ ପ୍ରସାଦ ଲେଙ୍କାଙ୍କୁ ଦେଇଛନ୍ତି ଓ ନିଜ ପୋଲିସ ଟିମ ସହ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଆଜି ସକାଳୁ ଆସାମୀ ବିଜୁ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଏ ସଂକ୍ରାନ୍ତରେ କଣାସ ଥାନା କେଶ ନମ୍ବର ୨୯୫ ତା ୧୩,୧୨,୨୦୨୫ ଦଫା ୧୨୬(୨)/୭୫/୭୯/ ୩୫୧(୨) ବିଏନଏସ / ସେକ୍ସନ ୧୨ ପୋକସ ଆକ୍ଟ ରେ କେଶ ରୁଜୁ କରାଯାଇ ତଦନ୍ତ ଜାରି ଅଛି।

Exit mobile version