Home ଓଡ଼ିଶା ମିତ୍ରସଂଘ ପକ୍ଷରୁ ବେଦପାଠ ଓ ଗୀତା ପ୍ରତିଯୋଗିତା by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ଉପଲେକ୍ଷ ଶୁକ୍ରବାର ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣୀ ମିତ୍ରସଂଘ କାର୍ଯ୍ଯାଳୟ ପରିସରରେ ବେଦପାଠ ଓ ଗୀତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଅରୁଣ କୁମାର ମିଶ୍ର ବେଦପାଠ ଓ ଗୀତାରେ ବିଚାରକ ଭାବେ ଉପସ୍ଥିତ ଥିଲେ । ସୋଲାଖିଆ ନିକଟସ୍ଥ ବେଦଭବନ ପାଠଶାଳା,ପାପୁଡିଆ ମଠ, ନିଗମାନନ୍ଦ ବେଦ ଶିକ୍ଷାକେନ୍ଦ୍ର ଓ ବିଭିନ୍ନ ବେଦ ବିଦ୍ଯାଳୟର ବେଦପାଠ ବିଦ୍ୟାର୍ଥୀ ମାନେ ବେଦପାଠ ଓ ଗୀତା ପାଠ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜୁନିଅର ବେଦରେ ପ୍ରଥମ ରୁଦ୍ରପ୍ରସାଦ ରଥ,ଦ୍ବିତୀୟ ନାରାୟଣ ପାଢୀ, ତୃତୀୟ ଶୁଭମ ପାଢୀ ଓ ବେଦ ସିନିୟରରେ ଶୁଭ୍ରାଂଶୁ ଶେଖର ଦାଶ,ଦ୍ବିତୀୟ ସତ୍ଯଜିତ ପାଢୀ ଓ ସତ୍ଯରଞ୍ଜନ ତାଳଧି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଗୀତାରେ ପ୍ରଥମ ଶୁଭ୍ରାଂଶୁ ଶେଖର ଦାଶ,ଦ୍ବିତୀୟ ସ୍ନେହାଶିଷ ଶୁକ୍ଲା ଓ ଗୁରୁପ୍ରସାଦ ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକଙ୍କ ଦ୍ବାରା ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଆବାହକ ଅନନ୍ତ ଶତପଥୀ ସଭାପତି ସୁଵାସିନୀ ଶତପଥୀ, ସମ୍ପାଦକ ରାଜୀବ କୁମାର ମହାପାତ୍ର ସହ ସମ୍ପାଦକ ସସ୍ମିତା ଶତପଥୀ ପ୍ରତିଯୋଗିତାକୁ ପରିଚାଳନା କରିଥିବାବେଳେ ପଣ୍ଡିତ ମୃତ୍ୟଞ୍ଜୟ ପାଣି ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ । ଜଗଜିତ୍ ବିଶୋଇ, ସ୍ମୃତିରଞ୍ଜନ ପାଲ, ଏସ ପିଣ୍ଟୁ ପ୍ରମୁଖ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍ by Proprietor Abhimanyu Maharana August 21, 2026 ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା by Proprietor Abhimanyu Maharana August 21, 2026 ଦେଶର ଭବିଷ୍ୟତ ଏଆଇ ଶ୍ରମଶକ୍ତି ଗଠନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସହ ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ପ୍ରୋଟିଭିଟି ମେମ୍ବର ଫାର୍ମ ଫର୍ ଇଣ୍ଡିଆ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ପ୍ରେସ୍ କ୍ଲବର ଷଷ୍ଠ ବାର୍ଷିକୀ ଧୂମଧାମରେ ପାଳିତ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ମହିଳା କଲେଜରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ଶିବିର ଉଦ୍ଘାଟିତ by Proprietor Abhimanyu Maharana August 21, 2026