ଜିଲ୍ଲାସ୍ତରୀୟ ଇକୋ କ୍ଲବ ପ୍ରକଳ୍ପ ପ୍ରଦର୍ଶନୀ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ପୁରୀ ଜିଲ୍ଲାସ୍ତରୀୟ ଇକୋ କ୍ଳବ୍ ପ୍ରକଳ୍ପ ପ୍ରଦର୍ଶନୀ ପୁରୀ ସଦର ବ୍ଲକର ଶାସନ ଦାମୋଦରପୁର ରାମହରି ନୋଡାଲ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲାର ପ୍ରତି ବ୍ଲକରୁ ୫ ଟି ଲେଖାଏଁ ବଛା ବଛା ପ୍ରକଳ୍ପକୁ ନେଇ ମୋଟ୍ ୫୫ ଗୋଟି ପ୍ରକଳ୍ପ ଅ‍ଂଶ ଗ୍ରହଣ କରିଥିଲେ । ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶରତ ଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ ଓ ପିଲାମାନେ ଛାତ୍ରାବସ୍ଥାରୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କଲେ ଭବିଷ୍ୟତରେ ସେମାନଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି ହେବା ସହ ସେମାନେ ନିଜ ନିଜ ପ୍ରତିଭା ବଳରେ ନୂଆ ନୂଆ ସୃଷ୍ଟି କରି ଦେଶ ଓ ଜାତିକୁ ଗୈ ।

ରବାନ୍ବିତ କରିପାରିବେ ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦାନ କରି ନିଜର ଓଜସ୍ବୀ ବକ୍ତବ୍ୟ ଦ୍ଵାରା କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ସେଣ୍ଟର୍ ଫର୍ ଏନ୍ ଭର୍ଣମେଣ୍ଟ ଷ୍ଟଡି ର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ବିତୀକାନ୍ତ ପ୍ରଧାନ ଓ ଭବମ୍ ପ୍ରଧାନ, ଉଦ୍ୟୋଗପତି ଦିବ୍ୟ ପ୍ରକାଶ ପଟ୍ଟନାୟକ, ଅଭିରାମ ନୋଡାଲ ବିଦ୍ୟାପୀଠ,କରମଳାର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ମହାପାତ୍ର ,

ଇକୋ କ୍ଳବ୍ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ଚୈ।ଧୁରୀ ଅଂଶଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଦେଇଥିଲେ । ଏହାର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର ଉପସ୍ଥିତ ରହି ପିଲାମାନଙ୍କ ପ୍ରକଳ୍ପ ଗୁଡ଼ିକୁ ପ୍ରଶଂସା କରିଥିଲେ ଓ ଉତ୍ସାହ ମୂଳକ ଭାଷଣ ଦ୍ବାରା ସେମାନଙ୍କୁ ଆହୁରି ଆଗକୁ ଯିବାପାଇଁ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ଆଲୁମିନି କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର ଓ ପରିଚାଳନା କମିଟି ଅଧ୍ୟକ୍ଷ ବଂଶୀଧର ଜେନା ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ (ରାଷ୍ଟ୍ରୀୟ ଆବିଷ୍କାର ଯୋଜନା ମାଧ୍ୟମରେ)ଏକ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଏହି କୁଇଜ୍ ଓ ପ୍ରଦର୍ଶନୀ କୁ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀକୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ । ତିନି ଗୋଟି ଉତ୍ତମ ପ୍ରକଳ୍ପ ଓ କୁଇଜ୍ ର ତିନି ଗୋଟି ବିଭାଗରୁ ମୋଟ ୯ ଜଣଙ୍କୁ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ ପାଇଁ ପଠାଯାଇଥିଲା ।କାର୍ଯ୍ୟକ୍ରମର ସଭାପତି ତଥା ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାମଗ୍ରିକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ରାମହରି ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବନ୍ଦିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପ୍ରତାପ ଚନ୍ଦ୍ର ରାଉତ, ଶିକ୍ଷୟିତ୍ରୀ ଅଳକାନନ୍ଦା ,ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ବିଦ୍ୟାଳୟର ଆଲୁମିନି କମିଟି ଓ ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ରହି ଶୃଙ୍ଖଳିତ ରୂପେ ଏହାକୁ ପରିଚାଳନା କରିଥିଲେ ।

Exit mobile version