Home ଓଡ଼ିଶା ଖୋର୍ଦ୍ଧା ଜିଲାରେ ୯ ପୁଲିସ ଇନ୍ସପେକ୍ଟରଙ୍କ ବଦଳି ଜିଲା ଭିତରେ ଅଦଳ ବଦଳ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲାରେ ପୋଲିସ ଇନ୍ସପେକ୍ଟରଙ୍କ ସ୍ତରରେ ବଡ଼ଧରଣର ଅଦଳ ବଦଳ କରାଯାଇଅଛି l ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏଷ୍ଟାବିଲିସମେଣ୍ଟ ବୋର୍ଡ଼ର ସଭାରେ ଏହି ନିଷ୍ପତ୍ତି ନିଆଯାଇଛି l ପ୍ରଶାସନିକ ଆବଶ୍ୟକତା ଏବଂ ସର୍ବସାଧାରଣଙ୍କ ସୁବିଧା ପାଇଁ ୯ଜଣ ଇନ୍ସପେକ୍ଟରଙ୍କୁ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ବଦଳି କରାଯାଇଛି l ନୂତନ ନିଯୁକ୍ତି ସ୍ଥାନରେ ତୁରନ୍ତ ଯୋଗଦାନ କରିବାକୁ ଅଧିକାରୀ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ ବିବେକାନନ୍ଦ ଶର୍ମାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l ବେଗୁନିଆ ଥାନା ପୋଲିସ ନିରୀକ୍ଷକ ଜ୍ୟୋତିପ୍ରକାଶ ପଣ୍ଡା ବର୍ତ୍ତମାନ ଖୋର୍ଦ୍ଧା ଡିପିଓ ମୁଖ୍ୟାଳୟରେ ଯୋଗଦାନ କରିବେ l ସଦର ଥାନା ନିରୀକ୍ଷକ କାହ୍ନୁ ଚରଣ ସ୍ୱାଇଁଙ୍କୁ ବେଗୁନିଆ ଥାନା, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିକାରୀ ବାସୁଦେବ ଜୟସିଂହଙ୍କୁ ସଦର ଥାନା ଅଧିକାରୀ,ବାଘମାରୀ ଥାନା ଅଧିକାରୀ ସମ୍ଭୁନାଥ ନାୟକଙ୍କୁ ଖୋର୍ଦ୍ଧା ଡିପିଓ ମୁଖ୍ୟାଳୟ, ସ୍ପେସିଆଲ କ୍ରାଇମ ଓ ସାଇବର ୟୁନିଟ୍ ଖୋର୍ଦ୍ଧାରୁ ସୁଚିତ୍ରା ଜେନାଙ୍କୁ ବାଘମାରୀ ଥାନାକୁ ବଦଳି କରାଯାଇଛି l ବୋଲଗଡ଼ ଥାନା ଅଧିକାରିଣୀ ସ୍ନିଗ୍ଧlମୟୀ ବରାଳଙ୍କୁ ଖୋର୍ଦ୍ଧା ଡିପିଓ ମୁଖ୍ୟାଳୟକୁ ବଦଳି କରାଯାଇଛି l ସ୍ପେସିଆଲ କ୍ରାଇମ ଓ ସାଇବର ୟୁନିଟ୍ ଖୋର୍ଦ୍ଧାରୁ ସୁକାନ୍ତ କୁମାର ଦଳେଇଙ୍କୁ ବୋଲଗଡ଼ ଥାନାକୁ ଏବଂ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଥାନାରୁ ସୁନୀତା ବେହେରାଙ୍କୁ ଖୋର୍ଦ୍ଧା ସାଇବର କ୍ରାଇମ ଓ ଅର୍ଥ ନୈତିକ ଅପରାଧ ଥାନା ଅଧିକାରୀ ଭାବେ ଯୋଗଦାନ କରିବେ l ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଥାନାରୁ ଅତିରିକ୍ତ ଅଧିକାରୀ ଭାଗ୍ୟଶ୍ରୀ ବେହେରାଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ଅତିରିକ୍ତ ଅଧିକାରୀ ଭାବେ ବଦଳି କରାଯାଇଛି l. Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍ by Proprietor Abhimanyu Maharana August 21, 2026 ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା by Proprietor Abhimanyu Maharana August 21, 2026 ଦେଶର ଭବିଷ୍ୟତ ଏଆଇ ଶ୍ରମଶକ୍ତି ଗଠନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସହ ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ପ୍ରୋଟିଭିଟି ମେମ୍ବର ଫାର୍ମ ଫର୍ ଇଣ୍ଡିଆ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ପ୍ରେସ୍ କ୍ଲବର ଷଷ୍ଠ ବାର୍ଷିକୀ ଧୂମଧାମରେ ପାଳିତ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ମହିଳା କଲେଜରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ଶିବିର ଉଦ୍ଘାଟିତ by Proprietor Abhimanyu Maharana August 21, 2026