Home ଓଡ଼ିଶା ଖୋର୍ଦ୍ଧା ଜିଲାରେ ୯ ପୁଲିସ ଇନ୍ସପେକ୍ଟରଙ୍କ ବଦଳି ଜିଲା ଭିତରେ ଅଦଳ ବଦଳ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲାରେ ପୋଲିସ ଇନ୍ସପେକ୍ଟରଙ୍କ ସ୍ତରରେ ବଡ଼ଧରଣର ଅଦଳ ବଦଳ କରାଯାଇଅଛି l ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏଷ୍ଟାବିଲିସମେଣ୍ଟ ବୋର୍ଡ଼ର ସଭାରେ ଏହି ନିଷ୍ପତ୍ତି ନିଆଯାଇଛି l ପ୍ରଶାସନିକ ଆବଶ୍ୟକତା ଏବଂ ସର୍ବସାଧାରଣଙ୍କ ସୁବିଧା ପାଇଁ ୯ଜଣ ଇନ୍ସପେକ୍ଟରଙ୍କୁ ଗୋଟିଏ ଥାନାରୁ ଅନ୍ୟ ଥାନାକୁ ବଦଳି କରାଯାଇଛି l ନୂତନ ନିଯୁକ୍ତି ସ୍ଥାନରେ ତୁରନ୍ତ ଯୋଗଦାନ କରିବାକୁ ଅଧିକାରୀ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ ବିବେକାନନ୍ଦ ଶର୍ମାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l ବେଗୁନିଆ ଥାନା ପୋଲିସ ନିରୀକ୍ଷକ ଜ୍ୟୋତିପ୍ରକାଶ ପଣ୍ଡା ବର୍ତ୍ତମାନ ଖୋର୍ଦ୍ଧା ଡିପିଓ ମୁଖ୍ୟାଳୟରେ ଯୋଗଦାନ କରିବେ l ସଦର ଥାନା ନିରୀକ୍ଷକ କାହ୍ନୁ ଚରଣ ସ୍ୱାଇଁଙ୍କୁ ବେଗୁନିଆ ଥାନା, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧିକାରୀ ବାସୁଦେବ ଜୟସିଂହଙ୍କୁ ସଦର ଥାନା ଅଧିକାରୀ,ବାଘମାରୀ ଥାନା ଅଧିକାରୀ ସମ୍ଭୁନାଥ ନାୟକଙ୍କୁ ଖୋର୍ଦ୍ଧା ଡିପିଓ ମୁଖ୍ୟାଳୟ, ସ୍ପେସିଆଲ କ୍ରାଇମ ଓ ସାଇବର ୟୁନିଟ୍ ଖୋର୍ଦ୍ଧାରୁ ସୁଚିତ୍ରା ଜେନାଙ୍କୁ ବାଘମାରୀ ଥାନାକୁ ବଦଳି କରାଯାଇଛି l ବୋଲଗଡ଼ ଥାନା ଅଧିକାରିଣୀ ସ୍ନିଗ୍ଧlମୟୀ ବରାଳଙ୍କୁ ଖୋର୍ଦ୍ଧା ଡିପିଓ ମୁଖ୍ୟାଳୟକୁ ବଦଳି କରାଯାଇଛି l ସ୍ପେସିଆଲ କ୍ରାଇମ ଓ ସାଇବର ୟୁନିଟ୍ ଖୋର୍ଦ୍ଧାରୁ ସୁକାନ୍ତ କୁମାର ଦଳେଇଙ୍କୁ ବୋଲଗଡ଼ ଥାନାକୁ ଏବଂ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଥାନାରୁ ସୁନୀତା ବେହେରାଙ୍କୁ ଖୋର୍ଦ୍ଧା ସାଇବର କ୍ରାଇମ ଓ ଅର୍ଥ ନୈତିକ ଅପରାଧ ଥାନା ଅଧିକାରୀ ଭାବେ ଯୋଗଦାନ କରିବେ l ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଥାନାରୁ ଅତିରିକ୍ତ ଅଧିକାରୀ ଭାଗ୍ୟଶ୍ରୀ ବେହେରାଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ଅତିରିକ୍ତ ଅଧିକାରୀ ଭାବେ ବଦଳି କରାଯାଇଛି l. Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ by Proprietor Abhimanyu Maharana October 22, 2026 ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ by Proprietor Abhimanyu Maharana October 21, 2026 Delhi’s Sahapurjat Durga Puja Celebrates Silver Jubilee by Proprietor Abhimanyu Maharana October 21, 2026 ନିଆଳି ଥାନାରେ ମା, ଦୁର୍ଗାଙ୍କ ପବିତ୍ର ପୂଜା ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana October 21, 2026 ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଜନଜାଗରଣ ପଦଯାତ୍ରା ୨୦୪ ଦିନରେ by Proprietor Abhimanyu Maharana October 21, 2026 ଖୁବଶୀଘ୍ର ଭିଆଇପି ରୋଡ ଓସାରିକରଣ ମାପଚୁପ ଚାଲିଛି by Proprietor Abhimanyu Maharana October 21, 2026