୭ମ ରାଜେନ୍ଦ୍ର ନଗର ଫୁଟବଲ୍ ଟୁର୍ନାମେଣ୍ଟ ଆରମ୍ଭ, ୧୬ ଦଳ ମଧ୍ୟରେ ହେବ ବିଜୟୀ ଦୌଡ଼

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଜେନ୍ଦ୍ର ନଗର ଫୁଟବଲ୍ କ୍ଲବ୍ ଦ୍ୱାରା ଆୟୋଜିତ ସପ୍ତମ ରାଜେନ୍ଦ୍ର ନଗର ଫୁଟବଲ୍ ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି ଏହିପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଉଦ୍ଘାଟନୀ ସମାରୋହରେ ସମାଜସେବୀ ଓ ଆନିଆ ଜିମ୍ ମାଲିକ ରାଜେଶ୍ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମ୍ୟାଚ୍ କୁ ଉଦ୍ଘାଟନ କରିଥିଲେ ।

ଏହାସହ ଜଗନ୍ନାଥ ପଟେଲ, ଅଜୟ ପଟେଲ, କୃଷ୍ଣ ଜାଲ, ବିଦ୍ୟା ପୁଟେଲ, ଡବ୍ଲୁ ହାତୀ, ସୁଶାନ୍ତ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଆୟୋଜକ ମଣ୍ଡଳୀ କହିଛନ୍ତି ଯେ, ଏହି ଟୁର୍ନାମେଣ୍ଟ ଯୁବପିଢ଼ିଙ୍କୁ କ୍ରୀଡା, ଶିଷ୍ଟାଚାର ଓ ସାମୁଦାୟିକ ବିକାଶ ପ୍ରତି ଅଧିକ ସଚେତନ କରିବ ।

Exit mobile version