କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଚାଲ ସ୍କୁଲ ଯିବା କାର୍ଯ୍ୟକ୍ରମ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶା ସରକାର ଗଣଶିକ୍ଷା ବିଭାଗ ତରଫ ରୁ ଏକ ଅଭିନବ ପଦକ୍ଷେପ ନିଆ ଯାଇଛି ।  ଯାହାକି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଓଡ଼ିଶାର ସମସ୍ତ ଘର କୁ ଯାଇ ତାଙ୍କ ଶୁନ ରୁ ଅଠର ବର୍ଷ ବୟସ ର କିଏ ପାଠ ପଢୁଛି, କିଏ ଅଧାରୁ ପାଠ ପଢା ଛାଡ଼ିଛି ଏବଂ କିଏ ଆଦୌ ପାଠ ପଢି ନାହିଁ ତାହା ସର୍ବେ କରାଯାଇଥିଲା ।

ସେହି ଛଅ ରୁ ଅଠର ବର୍ଷ ବୟସ ପିଲା ଯେକି ଅଧାରୁ ପାଠ ଛାଡିଛି ଏବଂ ଘରେ ରହି ଯାଇଛି ବା ବିଲକୁଲ ବିଦ୍ୟାଳୟ ରେ ନାମ ଲେଖାଇ ନାହିଁ ତାଙ୍କୁ ବର୍ତ୍ତମାନ ଚାଲ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନ୍ତର୍ଗତ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜଗ ଦିନେଶ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ସି ଆର୍ ସି ସି ମିଶି ଘରେ ଘରେ ଯାଇ ପିଲାଙ୍କୁ ବୟସ ଉପଯୋଗୀ ଶ୍ରେଣୀ ରେ ନାମ ଲେଖାଉଛନ୍ତି ।

ଯେଉଁ ପିଲା ମାନଙ୍କ ବୟସ ପନ୍ଦର ରୁ ଅଠର ମଧ୍ୟରେ ଅଛି ତାଙ୍କୁ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ କଣ୍ଟାବାଞ୍ଜି ଶାଖା ଯାହା କି ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଅଛି ସେଠାରେ ନିଶୁଳ୍କ ରେ ନାମ ଲେଖାଉଛନ୍ତି । କିଛି ଦିନ ମଧ୍ୟରେ ଅନେକ ପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟ ସ୍ରୋତ ରେ ସାମିଲ ହେବାର ଦେଖା ଯାଇଛି ।

Exit mobile version