Home ଓଡ଼ିଶା ମାନ୍ଦଲା କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ – ଶିକ୍ଷା ସଭା “ଆସ ସ୍କୁଲ ଯିବା” ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା ମାନ୍ଦଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାଡେଶ୍ୱର ମୁର୍ମୁ, ପ୍ରଧାନ ଶିକ୍ଷକ, କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଫକୀର ଚରଣ ବିଶି,ଅତିରିକ୍ତ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି, ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା, କମେଇମୁଣ୍ଡା ସରପଞ୍ଚ ବିନୋଦିନି ନାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀ ମାଝୀ ସଭା ପରିଚାଳନା ଓ ଶିକ୍ଷକ ସୋମନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ମହୁଲପଡା ପ୍ରଧାନ ଶିକ୍ଷୟିତ୍ରୀ ଯଶୋବନ୍ତି ପୁଟେଲ ଏକ ସଚେତନତା ଧର୍ମୀ କବିତା ପାଠ କରିଥିଲେ । ଅତିଥି ମାନେ ଅଧାରୁ ପାଠ ଛାଡିଥିବା ଓ ଆଦୌ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସହିତ ଯୋଡ଼ି ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ତାପରେ ବିଭିନ୍ନ ଗ୍ରାମରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ସେମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଥିଲା । ଏହି ସଭାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ପରମାନନ୍ଦ ସୁନା, ଚନ୍ଦ୍ରାବତି ଦେଇ, ଅକୃର ପୁଟା,ହରିଶଙ୍କର ସାହୁ,ସୁବାଷ ଧରୁଆ, ବିକାଶ ବର୍ଗେ, ରଜନୀ ରାଉତ,ମୋହିନୀ ଧରୁଆ, ବିନୋଦ ବଉକ,କୁଳଧର ଚନ୍ଦନ ନୀରୋଦ ଭୋଇ, ବୈଷ୍ଣବ ବେହେରା,ବିଶ୍ୱଜିତ ଆଚାର୍ଯ୍ୟ,ରାଜକିଶୋର ସେଠ ଯୋଗ ଦେଇଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026 100% Women Operators Power Vedanta Aluminium Lanjigarh's Control Rooms by Proprietor Abhimanyu Maharana August 22, 2026 Chandi Bhandar Opens Its 33rd Store in Rourkela this Raksha Bandhan by Proprietor Abhimanyu Maharana August 22, 2026 ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍ by Proprietor Abhimanyu Maharana August 21, 2026 ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା by Proprietor Abhimanyu Maharana August 21, 2026