ଆଦର୍ଶ ଶିଶୁ ନିକେତନ ପକ୍ଷରୁ ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ପକ୍ଷରୁ ୨୫ ତମ କ୍ରୀଡା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଂପାଦକ ସୁରେନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଳିଲିପ୍ରୀୟା ସାହୁ, ସମିତି ସଭ୍ୟ ସନାତନ ବୈଶାଖ, ନ୍ୟାୟ ସରପଞ୍ଚ ଝୁନା ରାଣୀ ସାହୁ, ବିଦ୍ୟାଳୟର ଅଧ୍ୟକ୍ଷା ଶୈଳବାଳା ମେକାପ, ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ପାଠ ପଢା ସହିତ ଖେଳ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ ।

ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ୫୦ ମିଟର ଦୌଡ,୧୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ଗଣିତ ଦୌଡ, ମିଉଜିକ ଚେୟାର,ସାଇକଲ ଦୌଡ, ମାର୍ବେଲ ଦୌଡ ଆଦି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ବିଜୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ଟ୍ରଫି, ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କ୍ରୀଡ଼ା ଉତ୍ସବର ମଞ୍ଚ ପରିଚାଳନାରେ ବିଜୟ ବେହେରା, ଘନଶ୍ୟାମ ଖଟେଇ ରହିଥିଲେ ।

ଉକ୍ତ କ୍ରୀଡା ପରିଚାଳନରେ ଶିକ୍ଷୟତ୍ରୀ ପ୍ରତିମା ବେହେରା, ସୁଭାସିନି ମାଣିକ, ସରସ୍ଵତୀ ଭୋଇ, ମଧୁସ୍ମିତା ସାହୁ, ରଞ୍ଜନା ସାହୁ, ସସ୍ମିତା ରାଉତ ପ୍ରମୁଖ ସହଯୋଗ କରିଥିଲାବେଳେ କାର୍ଯ୍ୟକ୍ରମଟିକୁ ପ୍ରଦୀପ୍ତ ପାତ୍ର, ଦୈତାରି ମାଣିକ, ଉମେଶ ସାହୁ, ଟୁଲୁ ସାହୁ, ମାନସ ସାହୁ, ଟୁକୁନା ସାହୁ, ଟିକିନା ଦାସ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ସହାୟତା କରିଥିଲେ ।

Exit mobile version