ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ-୨୦୨୫

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଡେରାବିଶ ବ୍ଲକ ଅନ୍ତର୍ଭୁକ୍ତ କୁରୁଜଙ୍ଗା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଡେରାବିଶ ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୫-୨୬ ଆଜି ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଡେରାବିଶ ମଣ୍ଡଳ ଶିକ୍ଷାକାରୀ ନାରୟଣ ପ୍ରସାଦ ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ, କରିଥିଲେ ।

ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଆୟାର ତାଙ୍କ ବକ୍ତବ୍ୟରେ ଏହି ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ଅର୍ନ୍ତନିହିତ ଶକ୍ତିର ବିକାଶ ଘଟୁଛି ବୋଲି କହିଥିଲେ | ପରେ ଅତିଥିଭାବେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିବା ୧୮୯ଟି ବିଜ୍ଞାନ ଗୁଡ଼ିକ ବୁଲି ଦେଖୁଥିଲେ ।

ମିଡ଼ିଆ ଦାଇତ୍ୱରେ ରମେଶ୍ଚନ୍ଦ୍ର ପତି, ସେକ ବର୍କତୁଲା,ପ୍ରମୋଦ କୁମାର ମଲ୍ଲ,ଅୟେଶକାନ୍ତ ରାଉତ,ପ୍ରମୋଦକୁମାର ମଲିକ,ନିର୍ମଳ କୁମାର ଜେନା ଥିଲେ। ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଅତିଥି ମାନଙ୍କୁ ସ୍ବାଗତ କରିବା ନିମନ୍ତେ ଚିତାକର୍ଷକ ସାଂସ୍କକୁମାରୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା ।

Exit mobile version