ଜଟଣୀ ରାଜଯୋଗ ଭବନରେ ରାଜଯୋଗିନୀ ଡକ୍ଟର କମଲେଶ ଦିଦି ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନଷ୍ଠିତ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ ଭବନ ସେବା କେନ୍ଦ୍ର ପରିସରରେ ପ୍ରଜାପିତ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ଜ୍ଞାନକୁ ଉତ୍କଳ ଧରଣୀ ରେ ସର୍ବପ୍ରଥମେ ୧୯୭୩ ମସିହାରେ ବିଜୟ ରୋପଣ କରିଥିବା ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର କମଲେଶ ଦିଦୀଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ସେଇ ଦିବ୍ୟ ପବିତ୍ର ଆତ୍ମା ଗତମାସ ୨୨ ରିଖ ପୂର୍ବାହ୍ନ ୧୦ ଘଟିକା ୪୦ ମିନିଟ୍ ସମୟରେ ୮୬ ବର୍ଷ ବୟସରେ କଟକ ସ୍ଥିତ ଝାଞ୍ଜିରିମଙ୍ଗଳା ସେବା କେନ୍ଦ୍ର ରେ ନିଜର ପାର୍ଥିବ ଶରୀର ପରିତ୍ୟାଗ କରିଥଲେ । ସେ ୫୦ ବର୍ଷ ତଳେ ଯେଉଁ ଇଶ୍ଵରୀୟ ଜ୍ଞାନ ର ବିଜୟ ରୋପଣ କରିଥିଲେ ତାହା ଆଜି ସାରା ଓଡ଼ିଶାରେ ବିଶାଳ ବଟବୃକ୍ଷରେ ପରିଣତ ହୋଇପାରିଛି ।

ଆଜି ଓଡିଶାର ପ୍ରତ୍ୟେକ ଜିଲ୍ଲା ସହର ଗ୍ରାମରେ ଈଶ୍ୱରୀୟ ସେବା କେନ୍ଦ୍ରମାନ ଗଢ଼ି ଉଠିଛି । ସେବାକେନ୍ଦ୍ର ମାନ ପ୍ରତିଷ୍ଠିତ ହୋଇ ସାଧାରଣ ମାନବରୁ ଦିବ୍ୟ ମାନବର ପରିଣତ ହେବାର ସେବା ଜାରି ରଖିଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଟଣୀ ସେବାକେନ୍ଦ୍ରର ସଂଚଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ସଭାପତିତ୍ଵ କରି ଡକ୍ଟର କମଲେଶ ଦିଦିଙ୍କ ସହ ବିତେଇଥିବା ସ୍ମୃତିକୁ ଉଦ୍ଜୀବିତ କରିଥିଲେ ।

ଏଥି ସହ ପିପିଲି ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟାପକ ଡକ୍ଟର ପ୍ରତିଭା ମହାରଥୀ ଉପସ୍ଥିତ ରହି ତାଙ୍କର ସାର ଗର୍ଭକ ବକ୍ତବ୍ୟ ମାଧ୍ୟମରେ ସେ ଦିବ୍ୟ ଆତ୍ମା ଙ୍କର ସ୍ମୃତି ଚାରଣ କରି ଅତୀତରେ ଅନେକବାର ତାଙ୍କର ଦିବ୍ୟ ଆଶୀର୍ବାଦ ଲାଭ କରିଥିବା ବିଷୟ ଉଲ୍ଲେଖ କରିଥିଲେ । ଏହି କାର୍ଯକ୍ରମ ରେ ଜଟଣୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ମହାନ୍ତ ତଥା ବ୍ରହ୍ମାକୁମାର ଅଶୋକ ଭାଇ,

ରବି ଭାଇ,କୈଳାଶ ଭାଇ,ସରୋଜ ଭାଇ, ଗୌରାଙ୍ଗ ଭାଇ, ମଧୁସୂଦନ ଭାଇ ଆଦି ଡକ୍ଟର କମଲେଶ ଦିଦିଙ୍କ ର ସ୍ମୃତି ଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଟଣୀର ବହୁ ବୁଦ୍ଧିଜୀବୀ, ଗଣମାନ୍ୟ ବ୍ୟକ୍ତି ତଥା ସ୍ଥାନୀୟ ଅଂଚଳର ୩୦୦ରୁ ଊର୍ଦ୍ଧ୍ବ ବ୍ରହ୍ମା କୁମାର ଭାଇ ଓ ଭଉଣୀ ମାନେ ଯୋଗଦାନ କରିଥିଲେ । ବ୍ରହ୍ମକୁମାର ମଳୟ ଭାଇ, ଶ୍ରୀପତି ଭାଇ, ସୁଶାନ୍ତ ଭାଇ, ଅକ୍ଷୟ ଭାଇ ଓ ରାଜା ଭାଇ ଏହି କାର୍ଯକ୍ରମରେ ସହଯୋଗ କରିଥିଲେ ।

Exit mobile version