Home ଓଡ଼ିଶା ନୟାଗଡ ମେଡିକାଲ କଲେଜ ସ୍ଥାପନ ଦାବିକୁ ଅଧିକ କ୍ରିୟାଶୀଳ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନୟାଗଡ ଜିଲ୍ଲାର ସଦର ମହକୁମାରେ ନୟାଗଡ ମେଡିକାଲ କଲେଜ ସ୍ଥାପନ ଦାବିକୁ ଅଧିକ କ୍ରିୟାଶୀଳ କରିବାପାଇଁ ନୟାଗଡ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ସ୍ଥାନୀୟ ନିଳମାଧବ କଲ୍ଯାଣ ମଣ୍ଡପ ଠାରେ ଆହୁତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ବୁଦ୍ଧିଜୀବୀ , ବରିଷ୍ଠ ନାଗରିକ , ବସ୍ ଆସୋସିଏସନ ସଦସ୍ଯ, ବଣକସଂଘ ସଦସ୍ଯ , ରୋଟାରିଆନ , ଟ୍ରେଡ୍ ୟୁନିଅନ୍ ସଦସ୍ଯ , ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ଯକ୍ତିମାନେ ଯୋଗଦେଇଥିଲେ । ରାଜ୍ଯର ସବୁ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ସରକାର ଘୋଷଣା କରିଥିଲେ ମଧ୍ଯ ନୟାଗଡ ଜିଲ୍ଲାର ନାମ ଘୋଷଣା କରାଯାଇନଥିବାରୃ ଏହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏହାସହିତ ମେଡିକାଲ କଲେଜ ଚାନ୍ଦପୁରରେ କରିବାକୁ ବିଧାନସଭାରେ ଆଲୋଚନା ପରେ ନୟାଗଡ ଜିଲ୍ଲାର ୭ଟି ବ୍ଲକରେ ସାଧାରଣ ଲୋକଙ୍କ ମଧ୍ଯରେ ତୀବ୍ର ବିରୋଧାଭାସ ଦେଖାଦେଇଛି । ଜିଲ୍ଲାର ମଧ୍ୟସ୍ଥଳରେ ନୟାଗଡ ସହର ରହିଥିବାରୁ ଏହିଠାରେ ହିଁ ମେଡିକାଲ କଲେଜ କରିବାକୁ ସମସ୍ତେ ସମ୍ମତି ଦେଇଥିଲେ । ନୟାଗଡ ସହରର ସଦରଥାନା ନିକଟରେ ଥିବା ୧୧୭ଏକର ସରକାରୀ ଯାଗାରେ ମେଡିକାଲ କଲେଜ କରିବାକୁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି । ଆନ୍ଦୋଳନକୁ କିପରି ଆଗକୁ ନିଆଯିବ ସେନେଇ ସମସ୍ତ ସଦସ୍ଯ ନିଜର ମତ ଉପସ୍ଥାପନ କରିଥିଲେ । କ୍ରିୟାନୁଷ୍ଠାନ କମିଟି ଏଥିପାଇଁ ମୂଖ୍ଯମନ୍ତ୍ରୀ , ରାଜ୍ଯପାଳ ଏପରିକି ଦରକାର ହେଲେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ଯର ସବୁ ଜିଲ୍ଲାରେ ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ କରାଯାଇଥିବାବେଳେ ନୟାଗଡରେ ରାଜନୈତିକରଣ ନକରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । କ୍ରିୟାନୁଷ୍ଠାନ କମିଟିର ଦାବିକୁ ଗ୍ରହଣ କରିବାକୁ ତୀବ୍ର ଆନ୍ଦୋଳନ କରି ସରକାରଙ୍କୁ ବାଧ୍ଯ କରାଯିବବୋଲି ନିଷ୍ପତ୍ତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କ୍ରିୟାନୁଷ୍ଠାନ କମିଟିର ୩୦ଜଣିଆ ସଦସ୍ଯଙ୍କୁ ନେଇ ଏକ ଆକ୍ସନ୍ ପ୍ଲାନ୍ କମିଟି ଗଠନ କରାଯାଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026 ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026