
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଓଡିଶା ସରକାର ଗଣଶିକ୍ଷା ବିଭାଗ ତରଫ ରୁ ଏକ ଅଭିନବ ପଦକ୍ଷେପ ନିଆ ଯାଇଛି ଯାହାକି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଓଡ଼ିଶା ର ସମସ୍ତ ଘର କୁ ଯାଇ ତାଙ୍କ ଶୁନ ରୁ ଅଠର ବର୍ଷ ବୟସ ର କିଏ ପଥର ପଠୁଛି, କିଏ ଅଧାରୁ ପାଠ ପଢା ଛାଡ଼ିଛି ଏବଂ କିଏ ଆଦ୍ୱ ପାଠ ପଢି ନାହିଁ ତାହା ସର୍ବେ କରାଯାଇ ଥିଲା l ସେହି ଛ ରୁ ଅଠର ବର୍ଷ ବୟସ ପିଲା ଯେକି ଅଧାରୁ ପାଠ ଛାଡିଛି ଏବଂ ଘରେ ରହି ଯାଛି ବା ବିଲକୁଲ ବିଦ୍ୟାଳୟ ରେ ନାମ ଲେଖାଇ ନାହିଁ ତାଙ୍କୁ ବର୍ତ୍ତମାନ ଚାଲ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନ୍ତରଗତ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜଗ ଦିନେଶ ମହାନନ୍ଦ ଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ସି ଆର୍ ସି ସି ମିଶି ଘରେ ଘରେ ଯାଇ ପିଲାଙ୍କୁ ବୟସ ଉପଯୋଗୀ ଶ୍ରେଣୀ ରେ ନାମ ଲେଖାଉଛନ୍ତି l

