ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଅସାମାଜିକ ବ୍ୟକ୍ତି ଓ ନିଶାଡ଼ି ହୋଇଯାନ୍ତୁ ସାବଧାନ । ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ-ଡିଭିଜନ ପୋଲିସ ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ନୂତନ ଏସ ଡି ପି ଓ ଶୁଭମ ଭୋସଲେ ଙ୍କ ନେତୃତ୍ୱ ରେ ଆରମ୍ଭ ହୋଇଛି ।

