
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୩୬ ବିଏସ୍ଏଫ୍ ଜବାନ ମାନେ କମ୍ବିଂ ଅପରେସନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ ପଣ୍ଡ କରିପାରିଛନ୍ତି । ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡା ପଞ୍ଚାୟତ ସିକିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପାଇବା ପରେ ବି ଏସ ଏଫ ଜବାନ ମାନେ କମ୍ବିଂ ଅପରେସନ କୁ ଜୋରଦାର କରିଥିଲେ ।

