ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କରୁଣାମୟୀ ପରମ ବୈଷ୍ଣବୀ ମା ସର୍ବମଙ୍ଗଳା । ସର୍ବ ଭକ୍ତଙ୍କ ମଙ୍ଗଳ ପାଇଁ ମା ପଦ୍ମାସନରେ ବିରାଜମାନ କରିଛନ୍ତି । ମା ଚତୁର୍ଭୁଜା ଓ ପରମ ବୈଷ୍ଣବୀ । ପୁରୀ ପୌରାଞ୍ଚଳ କୁମ୍ଭାରପଡା ବାଡସାହିରେ ମାଙ୍କ ମନ୍ଦିର ରହିଛି । ମନ୍ଦିର ସମ୍ମୁଖରେ ହାତୀ ଉପରେ ସିଂହ ବସିଥିବା ଦୃଶ୍ଯ ବେଶ ଚମତ୍କାର । ମାଙ୍କ ଦକ୍ଷିଣ ପଟକୁ ମୁହଁ କରି ବସିଛନ୍ତି । ମାଆଙ୍କ ଦକ୍ଷିଣ ଉପର ହସ୍ତରେ ଅଙ୍କୁଶ ଓ ତଳ ହସ୍ତରେ ବରଦା ମୁଦ୍ରାରେ ବିଦ୍ଯମାନ କରିଛନ୍ତି ।
