ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପୁରୀ ଏସପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁରୀ ସହରର ବିଭିନ୍ନ ସାହି, ଗଳିକନ୍ଦି,ଲେନ୍ ଏବଂ ବାଇ-ଲେନ୍ଗୁଡ଼ିକୁ ସମୀକ୍ଷା କରିଛନ୍ତି । ଡିସେମ୍ବର ଓ ଜାନୁଆରୀ ମାସ ଭାରତର କୋଣ ଅନୁକୋଣରୁ ପର୍ଯ୍ୟଟକ ଓ ଭକ୍ତମାନଙ୍କ ଭିଡ଼ ବ୍ୟାପକ ଭାବେ ବୃଦ୍ଧି ପାଇବ । ସହରରେ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଉଦେଶ୍ୟରେ ଗଳି ଓ ଲେନ୍ଗୁଡିକର ମାଇକ୍ରୋ ଲେଭେଲ୍ ଇନ୍ସପେକ୍ସନ୍ କରାଯାଇଛି । ସକାଳ୭ ଟାରୁ ଆରମ୍ଭ ହୋଇଥିବା ଏହି ସମୀକ୍ଷାରେ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।
