ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ପୁରୀ ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କାର୍ଯ୍ୟକ୍ଷମ ବିଷୟରେ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହିତ ଏକ ଦାବିପତ୍ର ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛି । ପ୍ରକାଶଥାଉକି ଗତ ତା୨୫/୧୧/୨୦୨୫ରିଖ ରେ ପୁରୀ ଜିଲ୍ଲା କଂଗ୍ରେସ ର ଏକ ପ୍ରତିନିଧି ଦଳ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ପ୍ରତିନିଧିଙ୍କୁ ଭେଟି ଅନେକ ସମସ୍ୟା ସଂପର୍କରେ ଜାଣିବାକୁ ପାଇଥିଲା ଯଥା ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପୁରୀ ଅବସ୍ଥିତ ଥିବା ଜମି ଆଜି ପର୍ଯ୍ୟନ୍ତ ବି ମେଡିକାଲ କଲେଜ ନାମରେ ମାଲିକାନା ସ୍ଥାନାନ୍ତରିତ ହୋଇନାହିଁ ।
ସେହିପରି ଆହୁରି ୫ ଏକର ଜମି ଅଧିଗ୍ରହଣ ହୋଇନଥିବା ସ୍ପଷ୍ଟ ହୋଇଥିଲା ପରିବେଶ ମଞ୍ଜୁରୀ ପିକେଡିଏ ମଞ୍ଜୁରୀ ମଧ୍ୟ ମିଳିନାହିଁ । ଆପାତକାଳୀନ ଦୁର୍ଘଟଣା ଚିକିତ୍ସା ବିଭାଗ ତଥା ହୃଦରୋଗ, ମସ୍ତିଷ୍କ ଘାତ ଓ ସ୍ନାୟବିକ ରୋଗ,ମୁତ୍ରାଶୟ ରୋଗ, ପୋଡ଼ାଜଳା ରୋଗୀ ଚିକିତ୍ସା କ୍ଷେତ୍ରରେ କିଛି ବି ବିଷୟ ନଥିବା ଜଣାପଡିଥିଲା । ମୋଡିକାଲ କଲେଜ ହସ୍ପିଟାଲରେ ସ୍ବୀକୃତି ପ୍ରାପ୍ତ ବିଦ୍ୟୃତ ଏବଂ ପାନୀୟ ଜଳ ସଂଯୋଗ ହୋଇନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ଏଣୁ ଏହିକ୍ରମରେ ବୁଧବାର ଜିଲ୍ଲାପାଳଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଦାବିପତ୍ର ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛି
