ରାଜସୁନାଖଳା ମହୋଉତ୍ସବ କାଉଁରୀ ଦ୍ୱିତୀୟ ସନ୍ଧ୍ୟାରେ : ମାଲ ଖମ୍ବ ନୃତ୍ୟ ଦର୍ଶକଙ୍କ ମନମୋହିଲା

କଳା ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଓ ଭାଇଚାରାକୁ ବିକଶିତ କରେ ମହୋତ୍ସବ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ମହୋତ୍ସବ କମିଟିର ସଭାପତି ତଥା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ଏବଂ ମହୋତ୍ସବ କମିଟି ସମ୍ପାଦକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ୱରେ ନୟାଗଡ଼ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପଡିଆରେ ମଙ୍ଗଳ ବାରଦିନ ଦିନ ୭ ତମ ବାର୍ଷିକ କାଉଁରୀ ମହୋତ୍ସବ ୨୦୨୫ ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଯାଇଅଛି  l

ଦ୍ୱତୀୟ ସନ୍ଧ୍ୟାରେ ବିଭିନ୍ନ ମନୋରଞ୍ଜନ ଧର୍ମୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାଉଁରୀ ମହୋତ୍ସବରେ ମୁଖ୍ୟଅତିଥି ଭାବେ ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା , ମୂଖ୍ୟବକ୍ତା ଭାବେ ବିଶିଷ୍ଟ ନ୍ୟୁଜ ଆଙ୍କର, ଓଟିଭି ରାଜଶ୍ରୀ ସାହୁ ,ବିଶିଷ୍ଠ ଅତିଥି ଭାବେ ଅଭିନେତା ବବି ମିଶ୍ର, ଯୁବ ସମାଜସେବୀ ପ୍ରକାଶ ରଣବିଜୁଳି,

ଯୁବ ସମାଜସେବୀ ବାସୁଦେବ ସାହୁ ଓ ସଂମ୍ମାନିତ ଅତିଥିଭାବେ ଜାମୁକୋଣ ବୈଷ୍ଣୋଦେବୀ ମନ୍ଦିର ପ୍ରତିଷ୍ଠାତା ଅଜିତ ରାଉତ,ଉପଦେଷ୍ଠା ଲକ୍ଷ୍ମଣ ରଣା,ଐତିହାସିକ ଦେବୀପ୍ରସାଦ ସାମନ୍ତରାୟ,ବ୍ୟଙ୍ଗକଵି ବ୍ରଜ ବିହାରୀ ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l

ମହୋତ୍ସବ କମିଟିର ସମ୍ପାଦକ ଜୟେନ୍ଦ୍ର ବେହେରା, ମଞ୍ଚପରିଚାଳନା କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ମହୋତ୍ସବ କମିଟିର ସଭାପତି ଚିତ୍ତରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ l ରାଜସୁନାଖଳା କାଉଁରୀ ମହୋତ୍ସବ ସାଂସ୍କୃତିକ କମିଟିର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l

ରାଜ ସୁନାଖଳା ସଂସ୍କୃତି, ସାହିତ୍ୟ ଓ ଐତିହ୍ୟ ଉପରେ ମୁଖ୍ୟଅତିଥି ଶ୍ରୀମତୀ ବେହେରା ଅଭିଭାଷଣରେ କହିଥିଲେ l ହଜାର ହଜାର ଦର୍ଶକ ଚଟପଟି ଖାଦ୍ୟର ମଜlଉଠାଇଥିଲେ l ଏହି ମହୋତ୍ସବ ଡିସେମ୍ବର ୮ରୁ ୧୨ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି କିମିଟିର ସମ୍ପାଦକ ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଦ୍ୱିତୀୟ ସନ୍ଧ୍ୟାରେ,ମାଲଖମ୍ବ ନୃତ୍ୟ ବୋଲଗଡ଼ ବ୍ଲକ ସାଗର ଗୁଆଁ ଗ୍ରାମସ୍ଥିତ ଭିନ୍ନକ୍ଷମ ଶିକ୍ଷକ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟରେ ଦର୍ଶକଙ୍କ ମନମୋହିଲl ପରିଶେଷରେ ମହୋତ୍ସବ କମିଟିର ସଭାପତି ଚିତ୍ତରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version