କଟକ ଚାଉଳିଆଗଞ୍ଜ ଥାନା ; ତିନି ଡକାୟତ ଙ୍କୁ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୯ ସେପ୍ଟେମ୍ବର ଶନିବାର) କଟକ :- କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଙ୍କ ସୂଚନା ଅନୁଯାୟୀ ଗତ ୧୪ ତାରିଖ ଦିନ ରାଉତପାଟଣା ପଞ୍ଚାୟତ ଅଫିସ୍ ବାଟରୁ ତିନି ଡକାୟତ ଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ । ସେହି ଅଭିଯୁକ୍ତ ମାନେ ହେଲେ ସମ୍ଭୁନାଥ ମିଶ୍ର (୨୭) ,ରଞ୍ଜନ ସାମଲ (୨୪), ବିନୋଦ ମାଲ୍ଲିକ (୨୨) ।

ଉକ୍ତ ଅଭିଯୁକ୍ତ ମାନଙ୍କ ପାଖରୁ ପୋଲିସ୍ ଦୁଇଟି ମୋଟର ସାଇକେଲ,ଗୋଟିଏ କାର୍ ଦୁଇଟି ମୋବାଇଲ ଫୋନ ସହ ଧାରୁଆ ଅସ୍ତ୍ର ,ଏକ ବନ୍ଧୁକ ଜବତ କରିଛି । ଥାନାରେ ଅଭିଯୁକ୍ତ ଙ୍କ ନାମ ରେ ୩୧୫/୨୦ , ୟୁ/ଏସ୍ ୩୯୯/୪୦୨ ମାମଲା ରୁଜ୍ଜୁ ହୋଇଥିବାର ଜଣା ଯାଇଛି । (ରିପୋର୍ଟ ରଶ୍ମିତା ମହାପାତ୍ର)

Exit mobile version