କଣ୍ଟାବାଞ୍ଜିରେ ନାଗରିକ କମିଟି ଗଠନ ପାଇଁ ବୈଠକ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :-  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ, ସାମାଜିକ ସମସ୍ୟା ନିରାକରଣ ଓ ନାଗରିକଙ୍କ ହିତ ସୁରକ୍ଷା ଉଦ୍ଦେଶ୍ୟରେ ଏକ ନାଗରିକ କମିଟି ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସହରର ଅନେକ ସଚେତନ ନାଗରିକ ଉପସ୍ଥିତ ରହି କମିଟି ଗଠନ, ଆଗାମୀ କାର୍ଯ୍ୟ ପରିକଳ୍ପନା ଓ ସହର ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଉକ୍ତ ବୈଠକରେ ରୋହିତ ଅଗ୍ରୱାଲ, ରାଜୁ ଛତ୍ରିଆ, ପପୁ ଯୁଏଡ଼, କୁଶଳ ଠାକୁର, ଅରୁନ କୁମାର ତାଣ୍ଡି, ସୁଶିଲ କୁମାର ବେହେରା, ଜିତୁ ସୁନା, ଭୀଷ୍ମ ରାଜ କଟା, ଲୋକେଶ ଭୋଇ, ଟେମୁ ନାଏକ, ଜଗଦୀଶ ନାଗ, ଅମିତ୍ ତାଣ୍ଡି ଓ ଆକାଶ ନାଗ ଉପସ୍ଥିତ ଥିଲେ।

ବୈଠକରେ ସମସ୍ତେ ଏକମତ ହୋଇ କହିଥିଲେ ଯେ ଆଗାମୀଦିନରେ କଣ୍ଟାବାଞ୍ଜି ସହର ଓ ଆଖ ପାଖ ଗ୍ରାମାଞ୍ଚଳ ର ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଏହି କମିଟି ସକ୍ରିୟ ଭାବେ କାମ କରିବ।ତେବେ ଉକ୍ତ ବୈଠକରେ କମିଟି ଗଠନ କରାଯାଇ ନ ଥିଲା।ଆଗାମୀ ବୈଠକରେ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Exit mobile version