ବର୍ଣ୍ଣ ଟୁ ହେଲ୍ପ ଅଲ୍ ର ପଞ୍ଚମ ବାର୍ଷିକ ଉତ୍ସବ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଜନ ସେବାରେ ସମର୍ପିତ ବର୍ଣ୍ଣ ଟୁ ହେଲ୍ପ ଅଲ୍ ଅନୁଷ୍ଠାନର ୫ମ ବାର୍ଷିକ ଉତ୍ସବ ଖୋର୍ଦ୍ଧା ଜିଲ୍ଲା,ବାଲିପାଟଣା ବ୍ଲକ ଅନ୍ତର୍ଗତ କୁଲାନ୍ତିରା ଗ୍ରାମ ସ୍ଥିତ ଆଶ୍ରୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ହୃଦ୍ ରୋଗ ବିଶେଷଜ୍ଞ ଡ୍ ଅରବିନ୍ଦ ଦାସ,ସ୍ନାୟୁ ରୋଗ ବିଶେଷଜ୍ଞ ଡ୍ ସୌଭାଗ୍ୟ ରଞ୍ଜନ ତ୍ରିପାଠୀ,ଡ୍ ତନୁଶ୍ରୀ ସନ୍ଦିପ୍ତା ରଥ,ଡ୍ ଜ୍ୟୋତିର୍ମୟ ଜେନା, ସରପଞ୍ଚ ବାହାନ ଭୋଇ,ସମାଜସେବୀ ବିଜୟ ନାୟକ, ସାମ୍ବାଦିକ ରମେଶ ଚନ୍ଦ୍ର ରଥ, ମାଗୁଣି ଚରଣ ସେଠୀ, ମୂରଲୀଧର ବିଶ୍ଵାଳ ଓ ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ ।

ପ୍ରାରମ୍ଭରେ ଅନୁଷ୍ଠାନର ମୁଖ୍ୟ ପରିଚାଳକ ପାପକ୍ ବାରିକ ଅନୁଷ୍ଠାନର ବିଭିନ୍ନ କୃତିତ୍ୱ ସମ୍ପର୍କରେ ସୂଚନା ଦେବା ସହିତ ଗରିବ,ଅସହାୟ,ଅବହେଳିତ ଅବସ୍ଥାରେ ରହିଥିବା ରୋଗୀ ମାନଙ୍କୁ ଆର୍ଥିକ,ମାନସିକ ଓ ବ୍ୟବହାରିକ ସହଯୋଗ ଯୋଗାଇ ଦେଇ ସ୍ବେଛାସେବୀ ମାନେ କୌଣସି ପ୍ରଶଂସା ପାଇବାକୁ ସେବା କରୁଛନ୍ତି ବୋଲି କେହି ଭାବିବା ଉଚିତ ନୁହେଁ।କର୍ତ୍ତବ୍ୟ ଭାବି କାମକରି ଆନନ୍ଦ ଲାଭ କରିବା ଅମର ପ୍ରକୃତ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।

ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଅନୁଷ୍ଠାନର ନୂତନ ଆମ୍ବୁଲାନ୍ସକୁ ଲୋକାର୍ପଣ କରାଯାଇଥିଲା ।ସେବା ମନୋଭାବ ରଖି କାର୍ଯ୍ୟ କରୁଥିବା ସେବିକା ହାଇଟେକ୍ ର ସ୍ମୃତି ରେଖା ସ୍ୱାଇଁ,ଆପୋଲୋର ମହିମା ସାମନ୍ତରାୟ,କିମ୍ସର ବିଜୟଲକ୍ଷ୍ମୀଙ୍କ ସହିତ ସ୍ବେଛାସେବୀ ଅକ୍ଷୟ ମଲ୍ଲିକ,ଆଦିତ୍ୟ ଓଝା,ଅଭିଳାଷ ସେଠୀ,ନବକିଶୋର ବେହେରା,ସନାତନ ସେଠୀ,ଜ୍ଞାନ ରଞ୍ଜନ ଦାଶ,ସୁକାନ୍ତ ଦାଶ,ବସନ୍ତ ଦାଶ ପ୍ରମୁଖ ପ୍ରାୟ ୪୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିକାଶ ବାରିକ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ । ଦିବସ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ସଂଗଠନର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Exit mobile version