ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବା ସ୍ବାଗତ ଯୋଗ୍ୟ ବିଷୟ ଅଟେ l ଉକ୍ତ ବିସ୍ତିର୍ଣ୍ଣ ଏରିଆ ରାଜ୍ୟ ସରକାରଙ୍କ ମେଡିକାଲ କଲେଜ ପାଇଁ ଏକମାତ୍ର ଯୋଗ୍ୟ ସ୍ଥାନ ଅଟେ l
ରଣପୁର/ରାଜସୁନାଖଳା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଓଡିଶାର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁରଠାରେ ଏସିଆ ମହାଦେଶର ଦ୍ୱିତୀୟ ଓ ଭାରତର ପ୍ରଥମ ଯକ୍ଷ୍ମା ଚିକିତ୍ସାଳୟ ଭାବେ କ୍ଷ୍ୟାତି ଲାଭ କରିଥିବା ଚିକତ୍ସାଳୟ ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ , ଯାହାକୁ କି ରଣପୁରର ରାଣୀ ତଥା ତତକାଳୀନ ବିଧାୟିକା ତଥା ଓଡ଼ିଆ ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀଙ୍କ ଆପ୍ରାଣ ପ୍ରଚେଷ୍ଟା ଓ ନିଜସ୍ୱ ଉଦ୍ୟମରେ ୧୧୭ଏକର ଜାଗାରେ ଏହା ପ୍ରତିଷ୍ଠା ହୋଇଥିଲା l
