Home ଓଡ଼ିଶା ଖଙ୍ଗୁରିଆ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର ଉଦଘାଟିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଜନ ସେବା,ସମାଧlନ ଓ ସଚେତନତା ବ୍ଲକ ପ୍ରଶାସନର କାର୍ଯ୍ୟ ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓ ବୋଲଗଡ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତ ଅଫିସର ତଥା ପଲ୍ଲୀ ପ୍ରଶାସନ ସେବା ନୋଡାଲ ଅଫିସର ସାମଳେନ୍ଦୁ ନାୟକଙ୍କ ଆବାହକତ୍ୱରେ ଗ୍ରାମପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଓ ଜନ ସେବା କାର୍ଯ୍ୟକ୍ରମ ସୋମବାର ଦିନ ଖଙ୍ଗୁରିଆ ପଞ୍ଚାୟତ ଅନ୍ତର୍ଗତ ହରିପୁରଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି କlର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଜିଲ୍ଲା ପଞ୍ଚାୟତ ଅଫିସର ତଥା ପଲ୍ଲୀ ପ୍ରଶାସନ ସେବା ନୋଡାଲ ଅଫିସର ସାମଳେନ୍ଦୁ ନାୟକ, ମୁଖ୍ୟବକ୍ତା ଭାବେ ବୋଲଗଡ ତହସିଲଦlର ବିଜୟ କୁମାର ସେଠୀ ଓ ସମ୍ମାନିତ ଅତିଥିଭାବେ ଖଙ୍ଗୁରିଆ ଗ୍ରାମପଞ୍ଚୟତ ସରପଞ୍ଚ ଜଳଧର ମହାନ୍ତି , ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାହୁ ଓ ସମିତି ସଭ୍ୟା ବିନୋଦିନୀ ଦତ୍ତ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମରେ କୃଷି, ପଞ୍ଚାୟତିରାଜ, ମସ୍ୟ ଓ ପଶୁ ପାଳନ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ଶିଶୁ କଲ୍ୟାଣ ବିଭାଗ,ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଶିକ୍ଷା ଇତ୍ୟାଦି ବିଭାଗ ଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ( ୨୭୨ )ଜଣ ଲୋକମାନଙ୍କର ଲିଖିତ ଅଭିଯୋଗକୁ ପଞ୍ଜିକୃତ କରିଥିଲେ ଓ ୧୭୪ ଟି ଲିଖିତ ଅଭିଯୋଗକୁ ତୁରନ୍ତ ଆଶୁ ସମାଧାନ କରିଥିଲେ l ୯୮ଜଣ ଲୋକମାନଙ୍କର ଲିଖିତ ଅଭିଯୋଗ ଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଲୋକମାନେ କିପରି ଶୀଘ୍ର ପ୍ରଶାସନିକ ସେବା ପାଇପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବୋଲଗଡ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମ କରାଯାଉଅଛି ବୋଲି ନୋଡାଲ ଅଫିସର ସାମଳେନ୍ଦୁ ନାୟକ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ l ବ୍ଲକ ପଲ୍ଲୀ ପ୍ରଶାସନ ସେବା ମାଧ୍ୟମରେ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ ହୋଇପାରିବ ବୋଲି ଖଙ୍ଗୁରିଆ ଗ୍ରାମପଞ୍ଚୟତ ସରପଞ୍ଚ ଜଳଧର ମହାନ୍ତି ଓ ସମିତିସଭ୍ୟା ବିନୋଦିନୀ ଦତ୍ତ ପ୍ରମୁଖ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ l ସମସ୍ତ ଜନ ସେବା,ସମାଧାନ ଓ ଜନ ସଚେତନତା କାର୍ଯ୍ୟକ୍ରମରେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ ଓ ବ୍ଲକ ମୁଖ୍ୟ କିରାଣୀ ଆଲୋକ କୁମାର ଜେନା ପ୍ରମୁଖ ଯୋଗଦେଇ ଲୋକମାନଙ୍କର ସମସ୍ୟା ସମାଧାନ କରିବାରେ ସହଯୋଗ କରିଥିଲେ l ଖଙ୍ଗୁରିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ନାଥ ପରିଡା ଓ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭକାନ୍ତ ରାଉତରାୟ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ସ୍ଥାନୀୟ ସରପଞ୍ଚ ଜଳଧର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026 ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026