Home ଓଡ଼ିଶା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନ ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସ୍ତରୀୟ ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଭାରତ ସରକାର ଙ୍କର ନେସନାଲ ଇନଷ୍ଟି ଚ୍ୟୁଟ ଅଫ ଏଜୁକେଶନାଲ ପ୍ଲାନିଂ ଆଣ୍ଡ ଆଡମିନଷ୍ଟ୍ରେସନ (ନିପା ନୂଆ ଦିଲ୍ଲୀ) ଏବଂ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍ ଆଇ)ପରିସରରେ ଓଡିଶା ସରକାର ଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧିନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ୱାଡେନ୍ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମାଷ୍ଟର ଟ୍ରେନର ମାନଙ୍କର ୫ ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଓସେପାର ଅତିରିକ୍ତ ନିର୍ଦେଶିକା ଶ୍ରୀମତୀ ସଂଗୀତା ବେହେରା ସ୍ଵାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବ ମୁଖ୍ୟ ଅତିଥି ଭାବରେ ଓ.ସେ.ପା ର ରାଜ୍ୟ ପ୍ରକଳ୍ପ ନିର୍ଦେଶିକା, ଅନନ୍ୟା ଦାସ ଉଦ୍ଘାଟନ କରି କହିଲେ ଲିଙ୍ଗ ସମ୍ବେଦନ ଶୀଳତାର ଗୁରୁତ୍ୱ ଏବଂ ଝିଅ ମାନଙ୍କ ସାମାଜିକ ଭାବପ୍ରବଣ କଲ୍ୟାଣ ଏବଂ ଶିକ୍ଷାଗତ ପ୍ରଦର୍ଶନ କୁ ସମର୍ଥନ କରିବା ଏବଂ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିଶେଷ କରି ସ୍କୁଲ ଛାଡୁଥିବା ପିଲା ମାନଙ୍କର ସଂଖ୍ୟା ବଢାଇବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିବା ସହିତ ଶିଶୁ କୈନ୍ଦ୍ରିକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ର ଅଧକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ କହିଲେ ହଷ୍ଟେଲ ରେ ରହୁଥିବା ଝିଅ ମାନଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ସୁନିଶ୍ଚିତ କରିବା, ୱାର୍ଡେନ ମାନଙ୍କୁ ଆତ୍ମାରକ୍ଷା, ସ୍ୱାସ୍ଥ୍ୟ ସଚେତନତା ଏବଂ ଉନ୍ନତ ସୁରକ୍ଷା ପ୍ରୋଟୋକଲ ଉପରେ ତାଲିମ ଦେବାକୁ ଗୁରୁତ୍ୱ ଆରୋପ କରିଥିଲେ । ଅନ୍ୟତମ ଅତିଥିଭାବେ ନିପାର ପ୍ରକଳ୍ପ ନିର୍ଦ୍ଦେଶକ ଡ଼. ସାନ୍ତ୍ୱନା ମିଶ୍ର ପୃଷ୍ଟିସାର, ଆତ୍ମରକ୍ଷା, ଗୋଷ୍ଠୀ କାର୍ଯ୍ୟକଳାପ କୁ ପ୍ରୋତ୍ସାହିତ କରିବା ଉପରେ ଆଲୋକ ପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓ.ସେ.ପା ର ଯୁଗ୍ମ ନିର୍ଦେଶକ ଡକ୍ଟର ସନ୍ତୋଷ କୁମାର ରାଉତ, ଆଞ୍ଚଳିକ ପ୍ରତିଷ୍ଠାନ ର କୋର୍ଡି ନେଟର ଡ଼. ସରିତା ଏମ,. ରାଜ୍ୟ ଜେଣ୍ଡର କୋର୍ଡି ନେଟର ଲହରୀ ମହାନ୍ତି ପ୍ରମୁଖ ଯୋଗ ଦେଇ ଓଡିଶା ରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନଙ୍କର ଶିକ୍ଷ୍ୟା ସ୍ବାସ୍ଥ୍ୟ ନିରାପଦ ଏବଂ ବିକାଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏହି ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ରାଜ୍ୟରୁ ୩୦ରୁ ଉର୍ଦ୍ଧ୍ୱ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା, ଶିକ୍ଷକ ପ୍ରଶିକ୍ଷକା ଓ ଜେଣ୍ଡର କୋର୍ଡି ନେଟର ଯୋଗ ଦେଇଥିଲେ । ସେମାନଙ୍କୁ ଡ଼. ସନ୍ଧ୍ୟା ବେଦ, ଡ଼. ରଶ୍ମି ଚୌହ୍ୱାନ, ଡ଼. ଇର୍ମା କେରକେଟା, ଡ଼. ଅଙ୍କିତା ଦୁବେ, ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ଦିନ ଉଦଯାପିତ ହେବ । ଏହି ପ୍ରଶିକ୍ଷଣ କାର୍ଯ୍ୟ କ୍ରମଜୁ ବାଳିକା ଶିକ୍ଷା ବିଭାଗ କର୍ମଚାରି ବୃନ୍ଦ, ଓ ପି. ଡବଲ୍ୟୁ.ସି ର ପରାମର୍ଶ ଦାତା ଏବଂ ଆଇ ଟି ର ରଶ୍ମିରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026 ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026