Home ଓଡ଼ିଶା ବିଜେପିର ବ୍ଲକ ଚାଲ ଅଭିଯାନ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବାଙ୍କୀ ବିଜେପି ପକ୍ଷରୁ ବ୍ଲକ ଚାଲ ଅଭିଯାନ ଆରମ୍ଭ ହୋଇଛି।ଏହି କାର୍ଯ୍ୟକ୍ରମ ରେ ବାଙ୍କୀ ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ଅଜୟ କୁମାର ସ୍ୱାଇଁ, ସୁବୋଳ ବେହେରା ଙ୍କ ନେତୃତ୍ୱ ରେ ସମେତ ପଂଚାୟତର ଜୋନ୍ସ୍ତରୀୟ ଅନେକ କାର୍ଯ୍ୟକର୍ତ୍ତା ଗଣ ବାଙ୍କୀ ଡମପଡ଼ା ବ୍ଲକକୁ ଯାଇଥିଲେ । ବ୍ଲକ ଉନ୍ନୟନମୂଳକ କାର୍ଯ୍ୟଗୁଡିକ ତ୍ୱରାନ୍ୱୀତ କରି କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶାବଳିକୁ ଗାଁରେ ପହଞ୍ଚାଇବା ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଉକ୍ତ ନେତା ପ୍ରକାଶ କରିଥିଲେ। ବିଜେପି କର୍ମକର୍ତ୍ତା ଓ ବାଙ୍କୀ ର ତିନି ବିଜେପି ନେତା ବାଙ୍କୀ -ଡମପଡା ବ୍ଲକ କୁ ଗ୍ରସ୍ତ କରି ବ୍ଲକ ବିଡ଼ିଓ ଅଂଶୁମାନ ଦାସ ଙ୍କ ସହ ଜନସାଧାରଣ ଙ୍କ ଅସୁବିଧା କଥା ଆଲୋଚନା କରିବା ସହ ରାଜ୍ୟ ସରକାର ଙ୍କ ଜନହିତକର କାର୍ଯ୍ୟ କିପରି ସାଧାରଣ ଲୋକଙ୍କ ପାଖରେ ପହଁଞ୍ଚି ପାରିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ।ଏଥିସହ ବାର୍ଦ୍ଧକ୍ୟଭତ୍ତା, ବିଧବା ଭିତ୍ତା, ଭିନ୍ନକ୍ଷମ ଭତ୍ତା ହିତାଧିକାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଚୟନ କରିବା ସହ ରାସନକାର୍ଡ, ଅନ୍ତଦ୍ୱୟକାର୍ଡ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ସ୍ୱଚ୍ଛତା ଅବଲମ୍ବନ କରିହେବ ସେ ସମ୍ପର୍କ ରେ ମଧ୍ୟ ଆଲୋଚନା କରିଥିଲେ । ବିଭିନ୍ନ ଜନହିତକାରି ଯୋଜନା ଲୋକଙ୍କ ପାଖରେ କିପରି ପହଁଞ୍ଚି ବ ସେ ସମ୍ପର୍କ ରେ ବିଶେଷ ଧ୍ୟାନ ଦିଆ ଯିବା ସହ ପାନୀୟ ଜଳ, ଆଲୋକିକରଣ ଆଦି ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।ଅସାମାଜିକ ଯୁବକମାନେ ବିଡିଓଙ୍କୁ ଚାପ ପ୍ରୟୋଗ କଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେପି ନେତାମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତା ଫକୀର ଚରଣ ଦାସ, ପଦ୍ମଲୋଚନ ନାୟକ, ଉତ୍କଳ ମନ୍ତ୍ରୀ, ରାମଚନ୍ଦ୍ର ପଡିହାରୀ, ସିଦ୍ଧେଶ୍ୱର ପାଇକରାୟ, ବିନୋଦ ଦାସ, କବିରାଜ ଦାସ ପ୍ରମୁଖ ବିଡ଼ିଓ ଙ୍କ ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026 ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026