Home ଓଡ଼ିଶା ବାଟେଘାଟେ ରଥଦାଣ୍ଡରେ ଗଡୁଛି ଭାଗ୍ଯପରୀକ୍ଷା ଖଡି by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଧର୍ମଦାଣ୍ଡ ବଡଦାଣ୍ଡ । ତିନିରଥ ଗଡୁଥିବାରୁ ଏହା ରଥଦାଣ୍ଡ । ସୁଖୀ ଓ ଦୁଃଖୀ ଭକ୍ତ ବଡଦାଣ୍ଡରେ ଯାଆଆସ କରୁଛନ୍ତି । ସେମାନଙ୍କ ଭାଗ୍ୟର ଫଳାଫଳ ଜାଣିବା ପାଇଁ ଭାଗ୍ଯରେଖା ଜ୍ଯୋତିଷ ଖଡି ଗଡାଉଛନ୍ତି । ହସ୍ତରେଖା ଜାତକ ଦେଖିବା ସହ ଦାଣ୍ଡରେ ଖଡି ଗାର କାଟି ଭାଗ୍ଯ ଫଳାଫଳ କହୁଛନ୍ତି । ବଡଶଙ୍ଖ ନୂଆସାହି ଛକ ବଡଦାଣ୍ଡରେ ଜ୍ଯୋତିଷ ପଣ୍ଡିତ ପିତବାସ ପାତ୍ର ଖଡିପାଠ ପସରା ପକାଇ ବସିଛନ୍ତି । ଦୁଃଖୀ ଓ ସୁଖୀଙ୍କ ଭାଗ୍ଯ ନିର୍ଣ୍ଣୟ କରି କିଛି ସମୟ ବଡଦାଣ୍ଡରେ ଅଟକି ରହୁଛନ୍ତି । ୨୨ ବର୍ଷ ଧରି ଖରା ବର୍ଷା ଶୀତ କାକରରେ ପଣ୍ଡିତଙ୍କ ଖଡି ଗଡୁଛି । ବଡଦାଣ୍ଡ ବାଟରେ ଘାଟରେ ଏହି ଦୃଶ୍ଯ ଦେଖି ବାଟୋଇ କିଛି ସମୟ ଅଟକି ରହୁଛନ୍ତି । ପୁରୁଷାନୁକ୍ରମିକ ଖଡିପାଠ ଶିକ୍ଷା କରି କଟକ ଜିଲ୍ଲାର ବଡମ୍ବା ନିକଟସ୍ଥ ଯୋଡୁମୁଁ ଗ୍ରାମରୁ ଆସି ବଡଦାଣ୍ଡରେ ଖଡିପାଠ କରୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ବହୁ ଝଡ଼ଝଞ୍ଜା ମଧ୍ଯରେ ତାଙ୍କ କୌଳିକ ବୃତ୍ତି ଛାଡିନାହାନ୍ତି । ତିନୋଟି ଝିଅ ,ଗୋଟିଏ ପୁତ୍ର ଓ ତାଙ୍କ ଧର୍ମପତ୍ନୀଙ୍କୁ ନେଇ ଘରସଂସାର ଚଳାଉଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଡାକି ସକାଳୁ ସଂଧ୍ଯା ପର୍ଯ୍ୟନ୍ତ ଖଡିପାଠରୁ ଯାହା ମିଳେ ସେଥିରେ କୁଟୁମ୍ବ ଚଳାଉଛନ୍ତି । ହସ୍ତରେଖାରେ ଭାଗ୍ଯ ଜାଣନ୍ତୁ,ଖଡି ଜାତକରୁ ଭାଗ୍ଯ ଜାଣନ୍ତୁ ,କଣ ଘଟୁଛି କଣ ଘଟିବ ,ଜାତକ ଲେଖାଯାଏ ,ଭୃଙ୍ଗୁ ସହିଁତା ଦେଖାଯାଏ, ବାସ୍ତୁ ପରୀକ୍ଷା କରାଯାଏ, ବିବାହ ମେଳକ କରାଯାଏ ବାସ୍ତୁ ପୂଜା କରାଯାଏ,ଗ୍ରହ ତାବିଜ ବନାଯାଏ ଓ ଗ୍ରହ ପୂଜା କରାଯାଏ ବୋଲି ମତବ୍ୟକ୍ତ କରନ୍ତି । ବିଭିନ୍ନ ଜ୍ଯୋତିଷ ବହି ସଠିକ ନିର୍ଣ୍ଣୟ କରୁଥିବାରୁ ଲୋକଙ୍କ ବିଶ୍ୱାସ ଧରି ରଖିଛନ୍ତି । ପଥଚାରୀ, ପର୍ଯ୍ୟଟକ ଓ ଆଖପାଖ ସାହିର ବାସିନ୍ଦା ମାନେ ତାଙ୍କ ପାଖରେ ବସି ଭାଗ୍ଯରେ କଣ ଘଠୁଛି କଣ ଘଟିବ ପଚାରିବା ସହ ମାଙ୍ଗଳିକ କାର୍ଯ୍ୟ ସମ୍ପର୍କରେ ପଚାରି ଖଡିପାଠ କରୁଥିବା ଦେଖିବାକୁ ମିଳୁଛି । ଶେଷ ଜୀବନ ପର୍ଯ୍ୟନ୍ତ ଏହି ବଡଦାଣ୍ଡରେ ଖଡି ଗଡାଉଥିବି ବୋଲି କହିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026 ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026