ଗଞ୍ଜେଇ ଜବତ, ଜଣେ ଗିରଫ

ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ସେ ହେଲେ ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ଗ୍ରାମର ମାଥିସ ଲିମା ।

ଆର.ଉଦୟଗିରି ଅବକାରୀ ନିରୀକ୍ଷକ ମନୁ ଆୟଲଙ୍କ ନେତୃତ୍ୱରେ କର୍ମଚାରୀମାନେ ଚୁଡ଼ଙ୍ଗପୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଏକ ବାଇକ (ଓଡ଼ି୦୭ଏ-୨୯୨୩) କୁ ଅଟକାର ଯାଞ୍ଚ କରଥିଲେ । ସେଥିରୁ ଏକ ଜରି ବ୍ୟାଗରେ ଥିବା ଗଞ୍ଜେଇ ମିଳିଥିଲା । ଏହାର ପରିମାଣ ୧୮ କିଲେ । ମାଥିସ୍‌ ଚୁଡ଼ଙ୍ଗପୁର ଅଞ୍ଚଳରୁ ଗଞ୍ଜେଇ ଧରି ନିଜ ଗାଁ କେଶରୀଗୁଡାକୁ ଯିବା ବେଳେ ଧରାପଡିଥିଲେ ।

Exit mobile version