ଗଜପତିରୁ ରାଜ୍ୟ ବାହାରକୁ ଗୋଚାଲାଣ ବେଳେ 3 ଗୋଟି ଭ୍ୟାନରୁ 27 ଗୋରୁ ଉଦ୍ଧାର, 3 ଗିରଫ

ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗଜପତି ଜିଲ୍ଲା ଅଡ଼ବା ଥାନା ଚୁଡ଼ଙ୍ଗପୁର ଠାରୁ ରାଜ୍ୟ ବାହାରକୁ ବେଆଇନ ଗୋଚାଲାଣ ହେଉଥିବା ୩ଟି ପିଅପ ଭ୍ୟାନ ଜବତ କରିବା ସହ ୨୭ଟି ଗୋରୁକୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି. ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗଞ୍ଜାମ ଜିଲ୍ଲା ଡେଙ୍ଗାଓସ୍ତା ଗୋଶାଳାକୁ ପଠାଇ ଦିଆଯାଇଛି ବୋଲି ଥାନାଧିକାରୀ ଶୁଭ୍ରାନ୍ତ ପଣ୍ଡା ପ୍ରକାଶ କରିଛନ୍ତି ।

ଘଟଣାରୁ ପ୍ରକାଶ, ଅଡ଼ବା ଥାନା ଏସ୍‌ଆଇ ଦିବାକର ବେହେରାଙ୍କ ନେତୃତ୍ବରେ ଚୁଡଙ୍ଗପୁର ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ୩ଟି ପିକଅପ୍ ଭ୍ୟାନକୁ ଦେଖି ଅଟକା ଯାଇଥିଲା । ଯାଞ୍ଚ କରିବା ପରେ ସେଥିରେ ୨୭ଗୋଟି ଗୋରୁ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଏହି ବେଆଇନ ଗୋଚାଲାଣ ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି. ଏନେଇ ଅଡ଼ବା ଥାନାରେ କେସ୍‌ ନଂ ୧୮୩/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

Exit mobile version