ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୬ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ଦେଉଳି ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ରାମ ଚନ୍ଦ୍ର ଜେନା ଉଦଘାଟନ ୫ ଡିସେମ୍ବରରେ କରିଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ୍ ଭାଗିରଥି ସାହୁ ଓ ମୂଖ୍ୟ ବକ୍ତା ଭାବେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ତପନ କୁମାର ଜେନା ଯୋଗ ଦେଇ ଥିବା ବେଳେ ଅଧ୍ୟକ୍ଷ ରାମ ଚନ୍ଦ୍ର ଜେନା ସଭାପତିତ୍ବ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ତ୍ରିଲୋଚନ ସାହୁ ଓ କେଦାର ନାଥ ନାୟକ। ଅନୁଷ୍ଠାନର ଅଧ୍ୟାପିକା ଅମୀୟବାଳା ନନ୍ଦ, ପଦ୍ମାଳୟା ମହାରଣା, ଚାରୁଲତା ନାୟକ, ଗାୟତ୍ରୀ ଦାସ, କଲ୍ୟାଣୀ ପ୍ରଧାନ ଏବଂ ଅଧ୍ୟାପକ ଭଗବାନ ଜେନା ,

ଉମାକାନ୍ତ ଓଝା, ପ୍ରତାପ ଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ସହଯୋଗ କରି ପୂର୍ଣ୍ଣାଙ୍ଗ ସଫଳତା ପାଇଁ ଯଥା ସମ୍ଭବ ଉଦ୍ୟମ କରି ଥିଲେ। ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ଥିଲା ।

ବାଳକ ବିଭାଗରେ ନିରଞ୍ଜନ ପଢ଼ିଆରି ଏବଂ ବାଳିକା ବିଭାଗରେ ମଇନା ପରିଡ଼ା ଚାମ୍ପିଅନ ହୋଇଥିଲେ । କ୍ରୀଡ଼ା ଶିକ୍ଷକ ଶେଖ୍ ଅବଦୁଲ ବରକତୁଲା କ୍ରୀଡା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ଵବାଣୀ ସାମ୍ବାଦିକ ଵିନୋଦ କୁମାର ସାହୁ ଓ ଜଣାଶୁଣା ଆୟୁର୍ବେଦ ଡଃ ପ୍ରତାପ କୁମାର ସାହୁ ଉପସ୍ଥିତ ରହି ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ।

ଡାଇମଣ୍ଡ କମ୍ପ୍ୟୁଟର ଏଜୁକେଶନ ଇନଷ୍ଟିଚ୍ୟୁଟ ଗଡ ବାଣିକିଲୋ ତତଫରୁ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରଯାଇଥିଲା।ଅଧ୍ୟାପକ ସମୀର ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରଯାଇଥିଲା l

Exit mobile version