ସେମଲା ରେ ମାଣବସା ଲକ୍ଷ୍ମୀ ପୂଜା ଉତ୍ସବ ସମାପନ

ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଗତ ତା:୦୨-୧୨-୨୫ ରୁ ୦୫-୧୨-୨୫ ଚାରିଦିନ ପର୍ଯ୍ୟନ୍ତ ମହାଲକ୍ଷ୍ମୀ ସାଂସ୍କୃତିକ ସଂଘ ସେମଲା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହାୟତା ରୁ ଚାରି ରାତ୍ରୀ ପାଇଁ ବିଭିନ୍ନ ଜିଲ୍ଲା ରୁ ଲୋକ ନାଟକ, ଦଣ୍ଡ ନୃତ୍ୟ, ଘୁମୁରା ଓ ସଂକୀର୍ତ୍ତନ୍ୟ କଳା ମାନ ପରିବେଷଣ କରି ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରି ଥିଲେ l

ଆଖ ପାଖ ଦଶ ଗୋଟି ଗାଁ ରୁ ହଜାର ହଜାର ସଂଖ୍ୟାରେ କଳା ପ୍ରେମୀ ଓ କଳାକାର ମାନଙ୍କ ସମାଗମ ହୋଇଥିଲା l ଉକ୍ତ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ମେହେର ଙ୍କ ନେତୃତ୍ୱରେ ବହୁତ ସୁନ୍ଦର ଓ ଶୃଙ୍ଖଳାରେ ପୂଜା କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ସମାପନ କରାଯାଇଥିଲା l

Exit mobile version