Home ଓଡ଼ିଶା ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନାଚୁଣୀ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ପ୍ରାଚୀନ ଓଡ଼ିଆ ସାହିତ୍ୟ ରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁନୀଲ୍ କୁମାର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଲୋଚକ ଭାବେ ଅଧ୍ୟାପିକା ରାଜଲକ୍ଷ୍ମୀ ବେହେରା ଓ ସମୀକ୍ଷକ ଭାବେ ସାହିତ୍ୟିକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଯୋଗଦେଇ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଉପରେ ଆଲୋକପାତ କରି ପ୍ରାଚୀନ ଓଡ଼ିଆ ସାହିତ୍ୟର କାବ୍ୟ କବିତା, ନାଟକ,ଗଳ୍ପ, ଉପନ୍ୟାସ ଆଦି ସକଳ ବିଭାଗ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଦର୍ଶନ ଆଧାରିତ ବୋଲି ମତ ବ୍ୟକ୍ତ କରିଥିଲେ । ସାରଳାକ୍ରୃତ ଓଡ଼ିଆ ମହାଭାରତ ଏବଂ ଜଗନ୍ନାଥ ଦାସ ଙ୍କ ଭାଗବତ ଶ୍ରୀ ଜଗନ୍ନାଥ ଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ବୋଲି ମତାମତ ପ୍ରକାଶ ପାଇଥିଲା । ଏହି ଅବସରରେ ଯୁକ୍ତ ତିନି ସମ୍ମାନ ଶ୍ରେଣୀ ର ଛାତ୍ରୀ ଶାନ୍ତିଲତା ସେନ୍ ଓ ଧରିତ୍ରୀ ମୁଦୁଲି ଏ ସମ୍ପର୍କିତ ସେମାନଙ୍କ ପ୍ରସ୍ତୁତ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ପରିଶେଷରେ ଛାତ୍ରୀ ଶୁଭଶ୍ରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026 ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026