ଏଚଡିଏଫସି ବ୍ୟାଙ୍କ୍ ପକ୍ଷରୁ ରକ୍ତଦାନ ଶିବିର

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏଚଡିଏଫସି ବ୍ୟାଙ୍କ୍ ତରଫରୁ ରକ୍ତଦାନ ଶିବିର ରୋଡ ନମ୍ୱର୍ ୪ ସ୍ଥିତ ଏଚଡିଏଫସି ବ୍ୟାଙ୍କ୍ ପରିସରରେ ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ ।  ଶିବିରରେ ମହିଳା ରକ୍ତଦାତା ଭାଭେ ପ୍ରମୁଖ ଯୋଗଦେଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଥିଲେ । ଏଚଡିଏଫସି ବ୍ୟାଙ୍କ୍ ପକ୍ଷରୁ ଏହି ରକ୍ତଦାନ ଶିବିର ପ୍ରତ୍ୟେକ ବର୍ଷ କରାଯାଇଥାଏ ।

ଏହି ଶିବିରରେ ବ୍ୟାଙ୍କ୍ ମ୍ୟାନେଜର ଶାଶ୍ଵତ ସାମନ୍ତରାୟ ନେତୃତ୍ୱରେ ହୋଇଥିବା ବେଳେ ଅନ୍ୟ କର୍ମଚାରୀ ରଞ୍ଜନ ବସନ୍ତିଆ ଦୁଷ୍ମନ୍ତ ପୁଟେଲ, ନିହାର ବେହେରା ସହଯୋଗ କରିଥିଲେ । ମହିଳା ରକ୍ତଦାତା ଆକାଂକ୍ଷା ବେହେରା, ଅର୍ପିତା ମହାନ୍ତି, ଶ୍ରଦ୍ଧାଞ୍ଜଳି ଅଗସ୍ତି , ମେଘା ପ୍ରଧାନ ଅନ୍ୟ ମାନଙ୍କ ସହ ରକ୍ତଦାନ କରିଥିଲେ ।

Exit mobile version