ସାନକୁମାରୀରେ ପବିତ୍ର ଲଷ୍ମୀପୂଜା ମହୋତ୍ସବ ଉଦଘାଟିତ

ବୋଲଗତ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବୋଲଗଡ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ସାନ କୁମାରୀ ଗ୍ରାମସ୍ଥିତ ମହାଲଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଓ ମହାଲଷ୍ମୀ ପୂଜା କମିଟିର ସଭାପତି ଗୋବର୍ଦ୍ଧନ ରାଉତ ଏବଂ ସମ୍ପାଦକ ପ୍ରଭାତ କୁମାର ଖଣ୍ଡାଇଙ୍କ ମିଳିତ ତତ୍ୱାବଧାନରେ ଗୁରୁବାରଦିନ ଗ୍ରାମର ଆରାଧ୍ୟ ଗ୍ରାମ ଠାକୁରାଣୀ ମା “ମଙ୍ଗଳ!ଙ୍କ ପୀଠରେ ତ୍ରୟୋଦଶତମ ପବିତ୍ର ଲଷ୍ମୀପୂଜା ମହୋତ୍ସବ ମହାଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଅଛି !

ଏହି ଲଷ୍ମୀପୂଜା ମହୋତ୍ସବ ଗୁରୁବାର ଦିନଠାରୁ ଆରମ୍ଭ ହୋଇ ରବିବାର ଦିନ ଉଦଯାପିତ ହେବ ବୋଲି ଲଷ୍ମୀପୂଜା ମହୋତ୍ସବ କମିଟିର ସଭାପତି ଗୋବର୍ଦ୍ଧନ ରାଉତ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ ! ଏହି ମହୋତ୍ସବରେ ପୁରୀଜିଲ୍ଲା ଅନ୍ତର୍ଗତ ସାହାଣୀ କେରା ଗ୍ରାମସ୍ଥିତ କଳାକାରମାନଙ୍କ ଦ୍ୱାରା ରାମ ନାଟକ “ସୁନ୍ଦର କାଣ୍ଡ ” ଶୁକ୍ରବାର ଦିନ ପରିବେଷଣ କରାଯାଇଅଛି !

ଆସନ୍ତା କାଲି ଶନିବାର ଦିନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଲୁଣି ସାହି ଗ୍ରାମର କଳାକାରମାନଙ୍କ ଦ୍ୱାରା ରାମନାଟକ “ଲବକୁଶ ଜନ୍ମ ପରିବେଷଣ କରାଯିବ ! ଆସନ୍ତା ରବିବାରଦିନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଆସୁରି ଢିପା ଗ୍ରାମର କଳାକାରମାନଙ୍କ ଦ୍ୱାରା “ଶ୍ରୀୟା ଚଣ୍ଡାଳୁଣୀ “ନାଟକ ପରିବେଶ କରାଯିବବୋଲି ମହୋତ୍ସବ କମିଟିର ସଦସ୍ୟମାନେ ଘୋଷଣା କରିଅଛନ୍ତି !

ଏହି ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ ଆଖପାଖ ୧୫ଖଣ୍ଡ ଗ୍ରାମର ଶତାଧିକ ଦର୍ଶକ ମନଭରି ଉପଭୋଗ କରିଅଛନ୍ତି ! ଅନ୍ନପୂର୍ଣ୍ଣଳ ଲଷ୍ମୀ ଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ଦେଖିବାକୁ ମିଳିଥିଲା !

ଏହି କାର୍ଯ୍ୟକ୍ରମ ସାନକୁମାରୀ ଗ୍ରାମର ଯୁବଗୋଷ୍ଠୀ, ଗ୍ରାମବାସୀ ଓ ଲଷ୍ମୀ ପୂଜା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ! ବାଙ୍କୋଇ ପୋଲିସ ବାହିନୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ !

Exit mobile version