Home ଓଡ଼ିଶା କୁମ୍ଭାରପଡାରେ ବରଓସ୍ତ ଗଛ ମଝିରେ ବିରାଜମାନ ଶନିଦେବ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଶନିବାରରେ ଶନିଦେବଙ୍କୁ ଦର୍ଶନ କଲେ ଅନେକ ଅଶୁଭ ଗ୍ରହ କଟିଥାଏ ବୋଲି ବିଶ୍ଵାସ ରହିଛି । ପୁରୀ ପୌରାଞ୍ଚଳ ସ୍ଥିତ କୁମ୍ଭାରପଡା ଜାଇଗଡ ଜାଗା ନିକଟରେ ବରଗଛ ଓ ଓସ୍ତଗଛ ମଝିରେ ଶନିଦେବଙ୍କ ମନ୍ଦିର ଅବସ୍ଥିତ।ମନ୍ଦିର ଓ ଠାକୁର ପୂର୍ବ ପଟକୁ ମୁହଁ କରି ବିରାଜମାନ କରିଛନ୍ତି । ଶନିଦେବଙ୍କ ଡାହାଣ ପଟେ ରାହୁ ବାମପଟେ କେତୁ ଓ ଶନିଦେବଙ୍କ ସ୍ତ୍ରୀ ଚିତ୍ରିଣୀ ପୂଜା ପାଉଛନ୍ତି । ଦ୍ବାରପାଳ ଭାବେ କାଳ ଓ ବେକାଳ ଜଗି ରହିଛନ୍ତି। ମନ୍ଦିରର ମୁଖଶାଳାରେ ରବି, ଚନ୍ଦ୍ର, ମଙ୍ଗଳ, ବୁଧ ବୃହସ୍ପତି ଓ ଶୁକ୍ର ସ୍ଥାପିତ ହୋଇ ପୂଜା ପାଉଛନ୍ତି। ମନ୍ଦିର ଆଗରେ ଶନିଦେବଙ୍କ ବାହନ ଶାଗୁଣା ଜଗି ରହିଛି । ଶନିଦେବଙ୍କ ତିନିପଟେ ଯମରାଜ, ଚିତ୍ରଗୁପ୍ତ ଓ ଶନିଦେବଙ୍କ ମାଆ ଛାୟାଙ୍କୁ ପୂଜା କରାଯାଉଛି । ମନ୍ଦିର ପରିସରରେ ମହାବୀର ଓ ଦକ୍ଷିଣକାଳୀ ଜଗି ରହିଛନ୍ତି । ଶନିବାରରେ ଭକ୍ତଙ୍କ ଗହଳି ବଢୁଛି । ସ୍ବର୍ଗତ ବାଣୀଭୂଷଣ ପଣ୍ଡିତ ନିରଞ୍ଜନ ବ୍ରହ୍ମା ଶନିଦେବଙ୍କୁ ପ୍ରତିଷ୍ଠା କରିଥିଲେ । ଜାଇଗଡ ଜାଗାର ସଭାପତି ହରିହର ପାଢ଼ୀଙ୍କ ତତ୍ବାବଧାନରେ ମନ୍ଦିର ଉର୍ନ୍ନତିକରଣ ଓ ନୀତିକାନ୍ତି ସହ ପରିଚାଳନା କରୁଛନ୍ତି । ମୁଖ୍ଯ ପୂଜକ ଭାବେ ପ୍ରଫୁଲ୍ଲ କୁମାର ଶତପଥୀ ମନ୍ଦିରର ନୀତିକାନ୍ତି, ପର୍ବ ପର୍ବାଣୀ ସହ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତିବର୍ଷ ଫେବୃୟାରୀ ମାସରେ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହେଉଛି । ମହାବୀରଙ୍କ ପଣାସଂକ୍ରାନ୍ତି ଦିନ ସ୍ବତନ୍ତ୍ର ନୀତିକାନ୍ତି ସହ ଭକ୍ତଙ୍କ ଗହଳି ଲାଗିରହିଥାଏ । ମା ଦକ୍ଷିଣକାଳୀଙ୍କ କାଳୀପୂଜା ଓ ଆଶ୍ଵିନ ମାସରେ ସପ୍ତମୀ ଅଷ୍ଟମୀ ନବମୀ ଓ ଦଶହରା ପୂଜା ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି । ମହାଷ୍ଟମୀ ଦିନ ମାଙ୍କ ନିକଟରେ ଆମିଷ ଭୋଗ ଲାଗି ହେଉଛି । ବିରାଟ ବରଗଛ ଓ ଓସ୍ତଗଛ ତଳେ ଭକ୍ତ ମାନେ ଧ୍ୟାନରେ ବସିଲେ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ଶନିଦେବ ହେଉଛନ୍ତି ଧର୍ମ ଓ ନ୍ୟାୟର ଦେବତା । ଶନିବାରରେ ଶନିଦେବଙ୍କର ପୂଜାର୍ଚ୍ଚନା କଲେ ଶନିଦେବ ସନ୍ତୁଷ୍ଟ ହୋଇଥାନ୍ତି । ଶନିଦେବଙ୍କର ବାହନ ଶାଗୁଣା । ଏବେ ପ୍ରତି ଶନିବାର ଦିନ ଭକ୍ତଙ୍କ ଗହଳି ଲାଗିରହୁଛି । ମଙ୍ଗଳବାର ଓ ସଂକ୍ରାନ୍ତି ଦିନ ମଧ୍ଯ ଭକ୍ତଙ୍କ ଗହଳି ଲାଗିରହିଥାଏ । ଶନି ମନ୍ଦିରରେ ଭୋର ୫ଟାରୁ ଦ୍ବାରଫିଟା, ମଙ୍ଗଳଆଳତି, ମଇଲମ, ସ୍ନାନ ପରେ ସ୍ବର୍ଯ୍ଯପୂଜା, ବାଳଭୋଗ ଓ ଅନ୍ଯାନ୍ଯ ନିତିକାନ୍ତି ଅନୁଷ୍ଠିତ ହୁଏ । ସାହିବାସିନ୍ଦାଙ୍କ ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଓ ଦୂରଦାନ୍ତରୁ ଭକ୍ତ ମାନେ ଆସି ଏଠାରେ ଶନିମେଳା କରିଥାନ୍ତି । ଶନିଦେବଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଧୂପଦୀପ ଓ ଭକ୍ତଙ୍କ ଭକ୍ତିପୂର୍ଣ୍ଣ ଭାବାବେଗରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ରୋଗ, ଦାରିଦ୍ର୍ଯ, ମାନସିକ ଅବସାଦ ଓ ବାରମ୍ବାର ବିଫଳତାରୁ ମୁକ୍ତି ପାଇଁ ଶନିବାର ଶନିଦେବଙ୍କୁ ଭକ୍ତ ପୂଜାର୍ଚ୍ଚନା କରୁଛନ୍ତି । ଶନିଦେବଙ୍କ ମହିମା ଅପାର ଯିଏ ଆସି ଶନିଦେବଙ୍କ ଦର୍ଶନ କରୁଛନ୍ତି ପ୍ରଭୁ ତାର ମନୋସ୍କାମନା ପୂର୍ଣ୍ଣ କରୁଛନ୍ତି ବୋଲି ବିଶ୍ଵାସ ରହିଛି । କୁମ୍ଭାର ପଡାର ବିଭିନ୍ନ ସାହିବାସିନ୍ଦା ମାନେ ମାଙ୍ଗଳିକ କାର୍ଯ୍ୟରେ ଶନିଦେବଙ୍କ ଦର୍ଶନ ସହ ପୂଜାପାଠ କରନ୍ତି । ସାହିର ଯାତାୟାତ ରାସ୍ତାରେ ମନ୍ଦିର ଥିବାରୁ ପଥଚାରୀ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ମୁଣ୍ଡିଆ ମାରି ଆଶିଷ ଲାଭ କରୁଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ନୟାଗଡ଼ କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ... by Proprietor Abhimanyu Maharana August 22, 2026 ନୂଆଗାଁ ପଞ୍ଚାୟତ ସମିତିର ୧୩ତମ ସାଧାରଣ ଅଧିବେଶନ : ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସମାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 22, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026