Home ଓଡ଼ିଶା ବୁଲିଲା ବୁଲଡୋଜର ଭାଙ୍ଗିଲା ନିଶା ବେପାରୀଙ୍କ ଘର ଆକ୍ସନ ମୁଡରେ ପୁରୀ ଏସପି by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଅପରେସନ ଚକ୍ର ଅଭିଯାନରେ ପୁରୀ ପୋଲିସକୁ ସଫଳତା ମିଳିଛି । ସେପ୍ଟେମ୍ବର ୨୭ ତାରିଖରେ ପୁରୀ ସଦରଥାନା ଅନ୍ତର୍ଗତ ନୀଳଚକ୍ର ନଗରରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ୨ଶହ ଗ୍ରାମ ବ୍ରାଉନସୁଗାର ପୋଲିସ ଜବତ କରି ସୁକାନ୍ତି ପଣ୍ଡାକୁ ଗିରଫ କରିଥିଲେ । ପରେ ତଦନ୍ତ କରିବା ପରେ ଜଣାପଡିଲା ସରକାରୀ ଜାଗା ଉପରେ ସୁକାନ୍ତି ୪ ବଖରା ଘର କରି ନିଶା କାରବାର ପେଣ୍ଠସ୍ଥଳୀ ପାଲଟିଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଯୁବକ ମାନେ ନିଶାସକ୍ତ ଅବସ୍ଥାରେ ମାରପିଟ, ଚୋରି, ଛିନତାଇ ଓ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଥିଲା । ଅଞ୍ଚଳବାସୀ ମଧ୍ଯ ଏଥିରେ ଅତିଷ୍ଠ ହୋଇ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୁରୀର ଯୁବ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓ ରବିନାରାୟଣ ଭଞ୍ଜ, ସଦରଥାନା ଆଇଆଇସି ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ବୁଲଡୋଜରରେ ଘର ଟିକୁ ସମ୍ପର୍ଣ୍ଣ ଭଙ୍ଗା ଯାଇଥିଲା । ଏ ସମ୍ପର୍କରେ ପୁରୀ ଏସପି ଶ୍ରୀ ସିଂ କୁହନ୍ତି ନିଶା ବେପାରୀଙ୍କୁ ଦୃଢ ହସ୍ତରେ ଦମନ କରାଯିବ । ନିଶା ବେପାରୀ ଛୋଟ ହେଉ ବା ବଡ ହେଉ କାହାରିକୁ ଛଡା ଯିବ ନାହିଁ । ସୁକାନ୍ତିର ଜୋଇଁ ମଧ୍ଯ ଏହି କାରବାରରେ ଜଡିତ ହୋଇ ୧୭ ଟି ମାମଲାରେ ଜେଲ ଯାଇଛି । ପରିବାରର ଅନ୍ଯ ଲୋକମାନେ ଏହି କାରବାରରେ ସମ୍ପୃକ୍ତି ରହିଥିଲେ । ପୁରୀ ସହରକୁ ନିଶାମୁକ୍ତ କରିବା ପାଇଁ ଅପରେସନ ଚକ୍ର ବୁଲୁଛି । ଏହି ଘଟଣା ପରେ ନିଶା ବେପାରୀଙ୍କ ମଧ୍ଯରେ ଛନକା ପସିଛି । ବିଭିନ୍ନ ଥାନାର ପୋଲିସ ଏସପିଙ୍କ ନିର୍ଦ୍ଦେଶକ୍ରମେ ନିଶା ବେପାରୀଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ଯୁବ ଏସପିଙ୍କ ଜବରଦସ୍ତ କାର୍ଯ୍ଯକଳାପ ଦେଖି ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ରାଜ୍ୟରେ ଡାକ୍ତର ମାନଙ୍କ ଆନେ୍ଦାଳନ ପ୍ରସଙ୍ଗ by Proprietor Abhimanyu Maharana July 4, 2026 NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha by Proprietor Abhimanyu Maharana July 4, 2026 କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା" ଅବକାରୀ ଅଧିକ୍ଷକ by Proprietor Abhimanyu Maharana July 4, 2026 ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା by Proprietor Abhimanyu Maharana July 4, 2026 ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି by Proprietor Abhimanyu Maharana July 4, 2026 ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର by Proprietor Abhimanyu Maharana July 3, 2026