ଜିଲ୍ଲା ସ୍ତରୀୟ ମାର୍ଗଦର୍ଶନ କମିଟି ର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :-  ନୟାଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମାର୍ଗଦର୍ଶନ କମିଟି ର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ନୟାଗଡ଼ ଜିଲ୍ଲାରୁ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକ ର ବ୍ରାଣ୍ଡିଂ ଏବଂ ପ୍ୟାକେଜିଙ୍ଗ ଉପରେ ବିଚାର ବିମର୍ଶ କରାଯାଇଥିଲା ।

ମୁମ୍ବାଇ ସ୍ଥିତ ଭାରତୀୟ ପ୍ୟାକେଜିଙ୍ଗ ସଂସ୍ଥାନ ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କେ ଯୁଇକର ବିଶେଷଜ୍ଞ ଭାବେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ କମିଟି ର ଉଚିତ୍ ମାର୍ଗଦର୍ଶନ କରିଥିଲେ । ଜିଲ୍ଲାପାଳ ମହୋଦୟ ବ୍ରାଣ୍ଡ ର ଆକର୍ଷଣୀୟ ଡିଜାଇନ୍ ପ୍ରତି ଗୁରୁତ୍ବ ଦେବା ସହିତ ଆଗାମୀ ଦିନରେ ଯେପରି ବ୍ରାଣ୍ଡ ର ଅପବ୍ୟବହାର ନ ହୁଏ ସେଥି ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ।

Exit mobile version