Home ଓଡ଼ିଶା ପଞ୍ଚସଖା ମେମୋରିଆଲ କ୍ଲବରେ କ୍ରିକେଟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ସତ୍ୟବାଦୀ ବ୍ଲକ ର ପ୍ରମୁଖ କ୍ରୀଡା ଅନୁଷ୍ଠାନ ପଞ୍ଚସଖା ମେମୋରିଆଲ କ୍ଲବରେ ୨୦୨୫-୨୬ କ୍ରିକେଟ ଋତୁ ପାଇଁ ଆନୁଷ୍ଠାନିକ ଭାବରେ ଆଜିଠାରୁ କ୍ରିକେଟ ଖେଳ ପ୍ରଶିକ୍ଷଣ ଆରମ୍ଭ ହୋଇଅଛି। ୧୯୮୨ ମସିହାରେ ସ୍ଥାପିତ ହୋଇଥିବା ଏହି ଅନୁଷ୍ଠାନ ଅନେକ ଘାତ ପ୍ରତିଘାତ ଭିତରେ ସତ୍ୟବାଦୀ ଅଞ୍ଚଳରେ କ୍ରିକେଟ ଖେଳକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଅନେକ ଉଚ୍ଚସ୍ତରୀୟ ଖେଳାଳୀ ସୃଷ୍ଟି କରିବାରେ ସମର୍ଥ ହୋଇ ପାରିଛି । ବର୍ତ୍ତମାନ ଏହି ଅନୁଷ୍ଠାନରେ ଚାଳିଶିରୁ ଉର୍ଦ୍ଧ୍ବ ଖେଳାଳୀ କ୍ରିକେଟ ଖେଳିବା ସହ ଉଚ୍ଚସ୍ତରରେ ଖେଳିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ସ୍ଥାନୀୟ ପଞ୍ଚସଖା ଖେଳ ପଡିଆଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ଅନେକ ପୁରାତନ ଖେଳାଳୀ, ଅବିଭାବକ ଓ ଖେଳାଳୀଙ୍କ ସହିତ ମୂଖ୍ୟ ଅତିଥି ଭାବରେ ଓଡିଶା କ୍ରିକେଟ ଆସୋସିଏସନ୍ ର କ୍ରିୟାନୁଷ୍ଠାନ କମିଟିର ପୁରୀ ଜିଲ୍ଲା ସଭ୍ୟ ତଥା ପୁରୀ ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ରବିଶଙ୍କର ପ୍ରତିହାରୀ ଓ ସମ୍ମାନିତ ଅତିଥି ଭାବରେ ଆନ୍ତର୍ଜାତିକ କୁସ୍ତିବିତ୍ତ ଓ ସ୍ବର୍ଣ୍ଣ ପଦକ ବିଜେତା ପ୍ରିୟଜିତ ମହାପାତ୍ର ଯୋଗ ଦେଇଥିଲେ । ଓ ସି ଏ ତରଫରୁ ଅନୁଷ୍ଠାନକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଶ୍ରୀଯୁକ୍ତ ପ୍ରତିହାରୀ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସଭାପତି ସୂର୍ଯ୍ୟପ୍ରସାଦ ରଥ, ସଂପାଦକ ଉମାଶଙ୍କର ମହାପାତ୍ର ଶ୍ରୀଯୁକ୍ତ ପ୍ରତିହାରୀ ଙ୍କୁ ତାଙ୍କର ପ୍ରତିଶୃତି ଓ ସହାନୁଭୂତି ପାଇଁ ଧନ୍ୟବାଦ ଦେଇଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ ‘ଡିଜିଟାଲ ଯୁଗରେ ଜନସମ୍ପର୍କ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ by Proprietor Abhimanyu Maharana October 12, 2026 ନଦୀ ପାର ହେବା ସମୟରେ ଭାସିଯାଇ ମହିଳା ମୃତ by Proprietor Abhimanyu Maharana October 12, 2026 ରା ଉଦୟଗିରିଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ by Proprietor Abhimanyu Maharana October 12, 2026 ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026