Home ଓଡ଼ିଶା ବିଦ୍ୟାଳୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ପବିତ୍ର ଗୀତା ଜୟନ୍ତୀ ଅବସରରେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୀମଦ୍ ଭଗବତ ଗୀତା ଆବୃତ୍ତି ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସାକ୍ଷୀଗୋପାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ୭୬ ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର,ସମ୍ମାନିତ ଅତିଥି ଭାବରେ ପଣ୍ଡିତ ଟୁକୁନା କୁମାର କର , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବ କୁମାର ମିଶ୍ର,ଶ୍ରୀମଦ୍ ଭଗବତ ଗୀତା ପରିଷଦ ସତ୍ୟବାଦୀ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଆଇନଜୀବୀ ସୁଶାନ୍ତ କୁମାର ରଥ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ସମ୍ପାଦକ ବାଉରୀବନ୍ଧୁ ସ୍ୱାଇଁ,ପୁର୍ବତନ ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ, ପୁର୍ବତନ ଶିକ୍ଷକ ରବୀନ୍ଦ୍ର ନାଥ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଥିଲେ । ଡକ୍ଟର ଅଶୋକ କୁମାର ମହାପାତ୍ର ଛାତ୍ରଛାତ୍ରୀ ଶ୍ରୀମଦ୍ ଭଗବତ ଗୀତା ଆମ ଜୀବନରେ କିପରି କିପରି ପ୍ରତିଫଳିତ ହେଉଅଛି ତାହା ଉପରେ ଆଲୋକପାତ କରିଥିଲେ। ଦୈନିକ ଦୁଇପଦ ହେଉ ପଛେ ଶୁଦ୍ଧପୂତ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ଗୀତା ଆବୃତ୍ତି କରିବା ଆବଶ୍ୟକ । ସେଇଥି ପାଇଁ କୁହାଯାଇଛି “ରୁଚ ନ ରୂଚ ଖାଅ ପିତା , ବୁଝ ନ ବୁଝ ପଢ଼ ଗୀତା” l ଶେଷରେ କ ବର୍ଗ, ଖ ବର୍ଗ ଓ ଗ ବର୍ଗ ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା । ଏହି ପ୍ରତି ଯୋଗିତରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀମଦ୍ ଭାଗବତ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା l ଆଇନଜୀବୀ ସୁଶାନ୍ତ କୁମାର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ନୟାଗଡ଼ କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ... by Proprietor Abhimanyu Maharana August 22, 2026 ନୂଆଗାଁ ପଞ୍ଚାୟତ ସମିତିର ୧୩ତମ ସାଧାରଣ ଅଧିବେଶନ : ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସମାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 22, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026