ବରଗଡ଼ ରେ ହଜାରେ ଶଯ୍ୟା ବିଶିଷ୍ଟ କୋବିଡ୍ ହସ୍ପିଟାଲ୍, ଶହେ ଭେଣ୍ଟିଲେଟର ସହ ଆଇସିୟୁ ବ୍ୟବସ୍ଥା କରିବାକୁ ଦାବି କଲା ଛାତ୍ର କଂଗ୍ରେସ

ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) ବରଗଡ଼ :- ଶୁକ୍ରବାର ଦିନ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାହୁ ଏବଂ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ର ସକ୍ରିୟ ସଦସ୍ୟ ଶ୍ରୀ ଅଭିଷେକ ନାୟକ ଙ୍କ ନେତୃତ୍ୱରେ ଏବଂ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିଳାଷ ପତି ଙ୍କ ଉପସ୍ଥିତି ରେ ଏକ ପ୍ରତିନିଧି ଦଳ ବରଗଡ଼ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ମିର୍ଦ୍ଧା ଟପୋ ସହିତ ସାକ୍ଷାତ କରି ବରଗଡ଼ ଜିଲ୍ଲାରେ ରେ ଦେଖାଯାଉଥିବା କରୋନା ପରିସ୍ଥିତି କୁ ଆଖିଆଗରେ ରଖି ହଜାରେ ଶଯ୍ୟା ବିଶିଷ୍ଟ ନୂତନ କୋଭିଡ୍ ହସ୍ପିଟାଲ୍,

ଶହେ ଭେଣ୍ଟିଲେଟର ସହ ଆଇ.ସି.ୟୁ ଏବଂ ସ୍ଵତନ୍ତ୍ର ଦଶ ଟି ଆମ୍ବୁଲାନ୍ସ ତାହା ସହ କରାେନା ରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ଙ୍କୁ ସସମ୍ମାନେ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଶବଦାହ ଓ ଆଶା କର୍ମୀଙ୍କ ଦ୍ବାରା ଆରଟି- ପିଶିଆର ଟେଷ୍ଟ କରାଯାଉ ବୋଲି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ଓ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ର ମିଳିତ ରେ ଏକ ଦାବିପତ୍ର ପ୍ରଦାନ କରାଗଲା ଏବଂ ବରଗଡ଼ ପ୍ରଶାସନ ଙ୍କୁ ଚେତାଇ ଦିଆଯାଉଛି ଯେ ଆଗାମୀ ୧୦ଦିନ ମଧ୍ୟରେ ଯଦି ଉଚିତ୍ ପଦକ୍ଷେପ ନ ନିଆ ଯାଏ ତା ହେଲେ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ଓ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ର ଜିଲ୍ଲା ସଭାପତି ପିକୁନ ନାଏକ,ଗୌରବ ପତି,ସୁବ୍ରତ ନାଏକ,ନିହାର ବେହେରା,ଗୋବିନ୍ଦ ମେହେର ,ଆନନ୍ଦ ମେହେର,ସିବୋଧ ଦାଦା,ପପୁ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version