Home ଓଡ଼ିଶା ଭାପୁର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଏସ୍ପିଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ନୟାଗଡ଼ ଜିଲ୍ଲା ଭାପୁର ସାମ୍ବାଦିକ ପ୍ରଭାତ କୁମାର ବରାଡ଼ଙ୍କୁ ଆକ୍ରମଣ ଘଟଣାରେ ପୁଲିସର ନୀରବତା ଓ ପକ୍ଷପାତିତାକୁ ନେଇ ଆଜି ଦ୍ୱିତୀୟ ସାମ୍ବାଦିକମାନେ ନୟାଗଡ଼ ଏସ୍ପିଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏସ୍ପି ଏସ୍ ସୁଶ୍ରୀ ସାମ୍ବାଦିକମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ । ସାମ୍ବାଦିକଙ୍କ ପକ୍ଷରୁ ପ୍ରତିନିଧି ମଣ୍ଡଳୀରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସମ୍ପାଦକ ଅନୀଲ କୁମାର ପଣ୍ଡା, ନବକିଶୋର ମିଶ୍ର, ରାମକୃଷ୍ଣ ରଥ, ଶୁଭେନ୍ଦ୍ର କୁମାର ପଟ୍ଟନାୟକ, ଜୟେନ୍ଦ୍ର ବେହେରା, ଗୀତିକାନ୍ତ ପଣ୍ଡା ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏସ୍ପି ସମସ୍ତ ବିଷୟ ଶୁଣିବା ପରେ ଫତେଗଡ଼ ଥାନା ଅଧିକାରୀଙ୍କୁ ଅଭିଯୁକ୍ତକୁ ଥାନାକୁ ଡାକି ଏହି ମାମଲା ଉପରେ ଆଲୋଚନା କରିବାକୁ ପରାମର୍ଶ କରିଥିଲେ । ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଯାହାକୁ ନେଇ ସାମ୍ବାଦିକମାନେ ଆନ୍ଦୋଳନ ପତ୍ୟାହୃତ କରିଥିଲେ । ସଂନ୍ଧ୍ୟାରେ ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ବେହେରାଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଘଟଣାର ସମାଧାନ ହୋଇଥିବା ସୂଚନା ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ, ଗତ ୨୦ ତାରିଖ ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଜନିତ ଖବର ସଂଗ୍ରହ ସମୟରେ ଭାପୁର ବ୍ଲକ ବିଜିପୁରଠାରେ ନିକଟସ୍ଥ ଲହଙ୍ଗାପଲ୍ଲୀ ଗ୍ରାମର ଲକ୍ଷ୍ମୀଧର ନାୟକ ସାମ୍ବାଦିକ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଘଟଣାକୁ ନେଇ ପ୍ରଭାତ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଚୁପ ବସିଛି । ଜାଣିଶୁଣି ଅଭିଯୁକ୍ତ ବିରୁଦ୍ଧରେ କୋହଳ ଦଫା ଲଗା ଯାଇଥିଲା । ଏହା ସହିତ ଅଭିଯୁକ୍ତ ଏତଲା ଆଧାରରେ ସାମ୍ବାଦିକଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସ୍ଯାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 22, 2026 ଧାରଣାରେ ବସିଲେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ by Proprietor Abhimanyu Maharana August 22, 2026 ଯୌତୁକ ଏକ ଭୟଙ୍କର ବ୍ୟାଧି, ସଚେତନତା ହିଁ ନିରାକରଣ ର ମାଧ୍ୟମ by Proprietor Abhimanyu Maharana August 22, 2026 ନୟାଗଡ଼ କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ... by Proprietor Abhimanyu Maharana August 22, 2026 ନୂଆଗାଁ ପଞ୍ଚାୟତ ସମିତିର ୧୩ତମ ସାଧାରଣ ଅଧିବେଶନ : ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସମାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଙ୍କ ନିର୍ଦ୍ଦେଶ by Proprietor Abhimanyu Maharana August 22, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026