ବୋଲଗଡ଼ରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ଆଜିର ସମାଜରେ ଭିନ୍ନକ୍ଷମମାନେ ଅକ୍ଷମ ନୁହନ୍ତି  

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :-  ଓଡିଶା ସ୍କୁଲ ଓ ଗଣ ଶିକ୍ଷାବିଭାଗ ନିର୍ଦେଶକ୍ରମେ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ଏବଂ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ବୋଲଗଡ଼ ଶିକ୍ଷା ବ୍ଲକ ସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଦିନ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଅଛି !

ଏହି କାର୍ଯ୍ୟକ୍ରମ ରେ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ଓ ସଂମ୍ମାନିତ ଅତିଥିଭାବେ ଗୋଷ୍ଠୀ ସମ୍ବଳ ଶିକ୍ଷା ଅଧିକାରିଣୀ ନିରୁପମା ତ୍ରିପାଠୀ,ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ, ଭିନ୍ନକ୍ଷମ ଶିକ୍ଷକ ପ୍ରତାପ ସାହୁ, ଶିକ୍ଷୟିତ୍ରୀ ମିନାକ୍ଷୀ ବଳିୟାରସିଂହ ଏବଂ ସମିତି ସଭ୍ୟା ନିର୍ମଳା ପ୍ରଧାନ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ !

ଏହି କାର୍ଯ୍ୟକ୍ରମରେ ଶିକ୍ଷକମନମୋହନ କହଲ ସିଂହ ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ ! ଏହି କାର୍ଯ୍ୟକ୍ରମରେ ୬୩ଜଣ ଭିନ୍ନ କ୍ଷମ ଛାତ୍ରଛାତ୍ରୀମାନେ ୮ଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ! ସମସ୍ତ ନିମନ୍ତ୍ରିତ ଅତିଥିମାନେ ୨୪ଜଣ ଭିନ୍ନକ୍ଷମ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପାତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ! ଆଜିର ଆଧୁନିକ ସମାଜରେ ଭିନ୍ନକ୍ଷମମାନେ କୌଣସି କାର୍ଯ୍ୟରେ ଅକ୍ଷମ ନୁହନ୍ତି !

ତେଣୁ ଭିନକ୍ଷମମାନଙ୍କୁ ଘୃଣ୍ୟ ଦୃଷ୍ଟିରେ ନ ଦେଖି ସେମାନଙ୍କୁ ସହାୟତାର ହତାବଢ଼ାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ! ପରିଶେଷରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ପ୍ରସନ୍ନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version